Alia in 'Tumbbad 2': ‘ତୁମ୍ବାଡ଼ ୨’ରେ ଆଲିୟା

Jul 15, 2026 - 07:40
Alia in 'Tumbbad 2': ‘ତୁମ୍ବାଡ଼ ୨’ରେ ଆଲିୟା

"ତୁମ୍ବାଡ଼" ଚଳଚ୍ଚିତ୍ରର ପରବର୍ତ୍ତୀ ଭାଗରେ ଆଲିୟା ଭଟ୍ଟଙ୍କୁ ସାମିଲ କରାଯାଇଛି।

ଏଥି ସହିତ ଏହା ଆଲିୟାଙ୍କ ୧୪ ବର୍ଷର ଅଭିନୟ କ୍ୟାରିଅର୍‌ର ପ୍ରଥମ ଭୂତ-ଚଳଚ୍ଚିତ୍ର ହେବାକୁ ଯାଉଛି।

ଏହି ବହୁପ୍ରତୀକ୍ଷିତ ଭୌତିକ ଚଳଚ୍ଚିତ୍ରରେ ନଵାଜୁଦ୍ଦୀନ ସିଦ୍ଦୀକୀ ଅଭିନୟ କରୁଥିବା ସମ୍ପର୍କରେ ଗତ ମାର୍ଚ୍ଚ ମାସରେ ଘୋଷଣା କରାଯାଇଥିଲା। "ତୁମ୍ବାଡ଼ ୨" ଆସନ୍ତା ବର୍ଷ ଡିସେମ୍ବର ୩ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଅଭିନେତା-ପ୍ରଯୋଜକ ସୋହମ୍‌ ଶାହ ଘୋଷଣା କରିଛନ୍ତି।

Advertisment Judgement: ମାନବ ଚାଲାଣକାରୀଙ୍କୁ ବଡ଼ ଝଟକା; ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ ଉଲ୍ଲେଖଯୋଗ୍ୟ ଯେ ୨୦୧୮ରେ ମୁକ୍ତିଲାଭ କରିଥିବା "ତୁମ୍ବାଡ଼" ଚଳଚ୍ଚିତ୍ରଟି ଭାରତୀୟ ଭୂତ- ଚଳଚ୍ଚିତ୍ରପ୍ରେମୀଙ୍କ ଗହଣରେ ଏକ "କ୍ଲାସିକ୍‌" ଭାବେ ସୁପରିଚିତ।

ତେବେ ମୁକ୍ତିଲାଭ ସମୟରେ ତାହା ମାତ୍ର ୧୫ କୋଟି ଟଙ୍କା ଆୟ କରି ବକ୍ସ ଅଫିସ୍‌ରେ ବିଫଳ ହୋଇଥିଲା।

ଷ୍ଟ୍ରିମିଂ ମଞ୍ଚକୁ ଆସିବା ପରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଥିଲା।

୨୦୨୪ରେ ଏହା ପ୍ରେକ୍ଷାଳୟରେ ପୁଣି ମୁକ୍ତିଲାଭ କରି ୪୧ କୋଟି ଟଙ୍କାର ବ୍ୟବସାୟ କରିଥିଲା।

ଏଥିରେ କୌଣସି ବଡ଼ ତାରକା ନଥିବା ସତ୍ତ୍ବେ, ମୌଳିକ କାହାଣୀ ଓ ଉତ୍ତମ ଅଭିନୟ ବଳରେ ହିଁ "ତୁମ୍ବାଡ଼"କୁ ଏତେ ଭଲପାଇବା ମିଳିଆସିଛି।

ତେଣୁ ଏହାର ସିକ୍ବେଲ୍‌ରେ ଆଲିୟା ଓ ନଵାଜୁଦ୍ଦୀନ୍‌ଙ୍କ ପରି ବଡ଼ ତାରକାଙ୍କୁ ନେବାର ନିଷ୍ପତ୍ତିକୁ କିଛି ସିନେପ୍ରେମୀ ବିରୋଧ କରୁଛନ୍ତି।

କାରଣ ଏହା ଦ୍ବାରା ଚଳଚ୍ଚିତ୍ରଟି କାହାଣୀକୈନ୍ଦ୍ରିକ ବଦଳରେ ତାରକାକୈନ୍ଦ୍ରିକ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି।

ତେବେ ଏହାର ନିର୍ଦେଶକ ଆଦେଶ ପ୍ରସାଦ ଓ ପ୍ରଯୋଜକ ସୋହମ୍‌ ଶାହ ଅଧିକ ମନୋରଂଜନର ପ୍ରତିଶ୍ରୁତି ଦେଉଛନ୍ତି।

ପ୍ରଥମ ଭାଗ ପରି "ତୁମ୍ବାଡ଼ ୨"ରେ ମଧ୍ୟ "ଲୋଭ" ଓ "ଅମରତ୍ବ" ମୁଖ୍ୟ ବିଷୟବସ୍ତୁ ରହିବ ବୋଲି ଅନୁମାନ କରାଯାଉଛି।

Horoscope 2026 July 15: ଜାଣନ୍ତୁ ଆଜିର ରାଶିଫଳ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।