Alcohol Drinking: ଆଇନ ଛାତ୍ର ଗିରଫ ମଦ ପିଇଥିବା ସ୍ପଷ୍ଟକଲା ପୁଲିସ
"ଭୁବନେଶ୍ବର: ଶାସ୍ତ୍ରୀନଗର ଟ୍ରାଫିକ୍ ପୋଷ୍ଟ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ମୃତ ଯୁବକଙ୍କ ପରିଚୟ ମିଳିଛି।
ସେ ହେଉଛନ୍ତି ନୂଆସାହିରେ ରହୁଥିବା ଜଗତସିଂହପୁର ତିର୍ତ୍ତୋଲ ଥାନା ନିଶ୍ଚିନ୍ତକୋଇଲି ଅଞ୍ଚଳର ଦେବୀପ୍ରସାଦ ରାଉତରାୟ (୩୪)।
ସେ ଜଣେ ଏସି ମେକାନିକ ବୋଲି ଜଣାପଡ଼ିଛି।
ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ ହେଉଛି ଜୟଦେବବିହାରରେ ରହୁଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ ସୌମ୍ୟରଞ୍ଜନ ରଥ(୨୦)କୁୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ସେ ଜଣେ ଆଇନ ଛାତ୍ର ବୋଲି ଜଣାପଡ଼ିଛି।
ଆଜି ପୂର୍ବାହ୍ଣରେ କ୍ୟାପିଟାଲ ହସ୍ପିଟାଲରେ ଶୋକାକୁଳ ପରିସର ମଧ୍ୟରେ ଦେବୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।
ସୌମ୍ୟରଞ୍ଜନ ଅତ୍ୟଧିକ ମଦ ପିଇ ବେପରୁଆ ଭାବେ ଗାଡ଼ି ଚଲାଉ ଥିବା ବ୍ରେଥ୍ ଆନାଲାଇଜର୍ ଟେଷ୍ଟ୍ରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।
Advertisment Murder: ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ: ଜେଲ୍ରୁ ମୁକୁଳିବେ ଦାରା, ଅଗଷ୍ଟ ୧୫ ସୁଦ୍ଧା ମୁକ୍ତି ପାଇଁ ନିର୍ଦ୍ଦେଶ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୦ଟା ୪୦ରେ ଦେବୀପ୍ରସାଦ ରାଉତରାୟ ନିଜ ବାଇକରେ ଶାସ୍ତ୍ରୀନଗର ଟ୍ରାଫିକ୍ ପୋଷ୍ଟ ନିକଟରେ ନିୟମାନୁଯାୟୀ ଟ୍ରାଫିକ୍ ସିଗନାଲ୍ ଖୋଲିବାକୁ ଅପେକ୍ଷା କରି ରହିଥିଲେ।
ଏହି ସମୟରେ ପଛପଟୁ ପ୍ରାୟ ୧୫୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଆସୁଥିବା ଏକ କଳା ରଙ୍ଗର ମର୍ସିଡିଜ୍ କାର୍ ତାଙ୍କୁ ସିଧାସଳଖ ପଛପଟୁ ଜୋରଦାର ଧକ୍କା ଦେଇଥିଲା।
ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ବାଇକ୍ ସହ ଦେବୀପ୍ରସାଦଙ୍କୁ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।
ଦୁର୍ଘଟଣାର ପ୍ରଭାବରେ ବାଇକ୍ଟି ସମ୍ପୂର୍ଣ୍ଣ ଭାବେ ଚୂରମାର୍ ହୋଇଯାଇଥିବା ବେଳେ ଦେବୀପ୍ରସାଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
୨ ଘଣ୍ଟା ଧରି ରାସ୍ତା ଜାମ ହେବା ସହିତ ସ୍ଥାନୀୟ ଲୋକମାନେ ଗାଡ଼ିକୁ ଛାଡ଼ି ନଥିଲେ।
ପରେ ପୁଲିସ ଟିମ କ୍ରେନ୍ ଜରିଆରେ ରାତି ୧ଟାରେ କର୍ଡନ କରି ଗାଡ଼ିକୁ ଥାନାକୁ ନେଇଥିଲେ।
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ମର୍ସିଡିଜ୍ ଗାଡ଼ିଟିକୁ ଜଣେ ପ୍ରତିଷ୍ଠିତ ବିଲ୍ଡରଙ୍କ ପୁଅ ସୌମ୍ୟରଞ୍ଜନ ରଥ ଚଲାଉଥିଲେ।
ସେ ଏବଂ ତାଙ୍କ ମହିଳା ବନ୍ଧୁ ଉଭୟ ପ୍ରବଳ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଲାଉଥିବା ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୋଗ କରିଥିଲେ।
ଅଭିଯୁକ୍ତକୁ ଗିରଫ କରିବା ସହିତ ତାଙ୍କ ସହ ଗାଡ଼ିରେ ଥିବା ଯୁବତୀଙ୍କୁ ପୁଲିସ ଏକ ସର୍ଟ-ଷ୍ଟେ ହୋମକୁ ପଠାଇ ଦେଇଛି।
ଖାରବେଳନଗର ଥାନା ପୁଲିସ କାର୍କୁ ଜବତ କରି କେସ୍ ନମ୍ବର ୫୧୨/୨୦୨୬ ଅଧୀନରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ଯାଞ୍ଚ ଆରମ୍ଭ କରିଛି।
ଆଖପାଖରେ ଥିବା ସିସିଟିଭି ଫୁଟେଜ୍ଗୁଡ଼ିକୁ ମଧ୍ୟ ପୁଲିସ ଯାଞ୍ଚ କରିଛି।
ସୌମ୍ୟରଞ୍ଜନଙ୍କ ଜାମିନ ନାମଞ୍ଜୁର ହେବାରୁ, ତାଙ୍କୁ ଝାରପଡ଼ା ଜେଲ୍କୁ ପଠାଦିଆଯାଇଛି।
Panchayat elections: ପଞ୍ଚାୟତ ନିର୍ବାଚନ ପାଇଁ ହାତ ଖୋଲିଲେ: ରାସ୍ତା, ସେତୁ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୩୨ ହଜାର କୋଟି ନ୍ୟାୟ ନ ମିଳିଲେ ଥାନା ଆଗରେ ଧାରଣା ଚେତାବନୀ ଦେଲେ ମୃତକଙ୍କ ପରିବାର କ୍ୟାପିଟାଲ ହସ୍ପିଟାଲରେ ଆଜି ଶୋକାକୁଳ ପରିସରରେ ଦେବୀଙ୍କ ଶବ ବ୍ୟବଚ୍ଛେଦ ସରିଛି।
ଏହାରି ମଧ୍ୟରେ ଦେବୀଙ୍କ ଭଉଣୀ କହିଛନ୍ତି ଯେ ତାଙ୍କ ଭାଇଙ୍କ ଦୁଇ ଛୋଟ ଛୋଟ ପିଲା ଅଛନ୍ତି।
ସେମାନେ ଏବେ ଅନାଥ।
ବାପା ମାଆଙ୍କ କଥା କିଏ ବୁଝିବ।
ସେ ଯେତେ ବଡ଼ ଲୋକ ହେଉ ତାକୁ ଫାଶୀ ଦିଆଯାଉ।
ସରକାର ପୁଲିସ ପ୍ରଶାସନ ଯଦି ଆମକୁ ନ୍ୟାୟ ପ୍ରଦାନ ନ କରନ୍ତି ତେବେ ଆମେ ସପରିବାର ଭାଇର କର୍ମ ସରିବା ପରେ ଖାରବେଳନଗର ଥାନାରେ ନ୍ୟାୟ ପାଇଁ ଅନଶନରେ ବସିବୁ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।