Akash Dasnayak: ଜବରଦସ୍ତ ଆକସନ୍ ରୋଲ୍‌ରେ ଆସୁଛନ୍ତି ଆକାଶ

Sep 17, 2026 - 11:01
Akash Dasnayak: ଜବରଦସ୍ତ ଆକସନ୍ ରୋଲ୍‌ରେ ଆସୁଛନ୍ତି ଆକାଶ

"ଭୁବନେଶ୍ବର: ଆଜି ହେଉଛି ଓଲିଉଡର ଜଣାଶୁଣା ନାୟକ ଆକାଶ ଦାସନାୟକଙ୍କ ଜନ୍ମଦିନ।

ସେ ଜଣେ ରାଜନେତା ବି।

ରାଜନୀତିରେ ଅଧିକ ସକ୍ରିୟ ରହୁଥିବା କାରଣରୁ ତାଙ୍କୁ ପୂର୍ବାପେକ୍ଷା କମ୍ ଛବିରେ ଦେଖିବାକୁ ମିଳୁଛି।

ତେବେ ତାଙ୍କୁ ଦର୍ଶକ ଖୁବ୍ ଶୀଘ୍ର ଏକ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ।

ଏହି ଓଡ଼ିଆଛବି ହେଲା "ଜୟ ହିନ୍ଦ୍"।Advertisment "ଜୟ ହିନ୍ଦ"ରେ ଭୂମିକା ଟିକେ ଭିନ୍ନ ଶୁଭଶ୍ରୀ ଫିଲ୍ମସ ବ୍ୟାନରରେ ନିର୍ମାଣାଧୀନ ଏହି ସିନେମା ଏକ ମର୍ଡର୍ ମିଷ୍ଟ୍ରି ବୋଲି ଜଣାଯାଇଛି।

ଏକ ହତ୍ୟାକାଣ୍ଡର ତଦନ୍ତ କରି ନାୟକ ଆକାଶ କିପରି ସତ୍ୟ ସାମ୍ନାକୁ ଆଣୁଛନ୍ତି ଓ ଅଭିଯୁକ୍ତକୁ ଧରିବାରେ ସଫଳ ହେଉଛନ୍ତି, ତାହା ଦେଖିବାକୁ ମିଳିବ ଏହି ସିନେମାରେ।

ଆଗରୁ ତାଙ୍କୁ କେବଳ ଆକସନ୍ ରୋଲ୍ ଥିବା ପୁଲିସ ଅଧିକାରୀ ଭୂମିକା ମିଳିଥିଲା।

ହେଲେ "ଜୟ ହିନ୍ଦ"ରେ ଭୂମିକା ଟିକେ ଭିନ୍ନ।

ଏଥିରେ ତଦନ୍ତକୁ ମୁଖ୍ୟ ପ୍ରସଙ୍ଗ ରଖାଯାଇଥିବାର ସୂଚନା ରହିଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁ ଚୌଧୁରୀ ଓ ଅଙ୍କିତ କୁମାରଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ଏହାଛଡ଼ା କୁକିଜ୍ ସ୍ବାଇଁଙ୍କର ବି ଏଥିରେ ଏକ ଆଇଟମ୍ନମ୍ବର ରହିଛି।

ମୋଟାମୋଟି ଭାବେ ଭାବେ ଏହା ଏକ ବଡ଼ ଧମାକାଦାର୍ ସିନେମା।

ନବାଗତ ଅଭିଷେକ ତ୍ରିପାଠୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। "ନିମ୍‌କୀ" ଫେମ୍ ଶୁଭଶ୍ରୀ ମଙ୍ଗରାଜ ଏହାର ପ୍ରଯୋଜିକା।

ଅମିତ କୁମାର ଦାସ ଏହାର ସଂଳାକାର।

ଏମ କେ ମୁକେଶ ଏହାର ସଙ୍ଗୀତକାର।

ନିଜର ଏହି ଆଗାମୀ ସିନେମାକୁ ନେଇ ଆକାଶ ବେଶ୍ ଉତ୍ସାହିତ ବି ଅଛନ୍ତି।

PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)