Ajay Devgan: କାହିଁକି ଅଜୟ ଦେବଗନଙ୍କୁ ଆଜି ଯାଏ ନିଜ ସିନେମାରେ ନେଇନାହାନ୍ତି ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍
"ମୁମ୍ବାଇ: କାମ୍ଚୋର୍, ଭଗବାନ୍ ଦାଦା, ଖୁଦଗର୍ଜ, କିଷନ କହ୍ନେୟା, କିଙ୍ଗ ଅଙ୍କ୍ଲ୍, ଖେଲ୍, କାଲା ବାଜାର, କାରୋବାର୍, କରଣ ଅର୍ଜୁନ୍, କୋୟଲା, କହୋନା ପ୍ୟାର୍ ହେ, କୋଇ ମିଲଗୟା, କ୍ରିସ୍, କ୍ରେଜି ଫୋର୍ ଭଳି ଲୋକପ୍ରିୟ ସିନେମାର ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍ ରଜନୀକାନ୍ତ, ମିଥୁନ୍ଚକ୍ରବର୍ତ୍ତୀ, ସଲମାନ୍ ଖାନ୍, ଶାହରୁଖ୍ ଖାନ୍, ଅନୀଲ କପୁର, ଜ୍ୟାକି ଶ୍ରଫ୍ ଓ ହ୍ରିତିକ୍ ରୋଶନଙ୍କ ଭଳି ଟପ୍ ଷ୍ଟାରଙ୍କ ସହ କାମ କରିଛନ୍ତି ହେଲେ ଏହି ତାଲିକାରେ ନାହାନ୍ତି ବଲିଉଡର ଜଣେ ଲୋକପ୍ରିୟ ନାୟକ।
ସେ ହେଲେ ଅଜୟ ଦେବଗନ୍।
ଏଦୁହେଁ ଆଜିଯାଏଁ ଏକାଠି କାମ କରି ନାହାନ୍ତି।
ଜାଣନ୍ତି ଏମିତି କାହିଁକି ହୋଇଛି!Advertisment ସେ ସମୟରେ ଅଜୟ ଦେବଗନ୍ଙ୍କ ହାତରେ ଢ଼େର ଫିଲ୍ମ ଥିଲା ରାକେଶ ରୋଶନ୍ "କରଣ ଅର୍ଜୁନ୍"ରେ ପ୍ରଥମେ ଶାହାରୁଖ୍ ଖାନ୍ଙ୍କ ସହିତ ଅଜୟ ଦେବଗନ୍ଙ୍କୁ ନେବାର ଠିକ୍ କରିଥିଲେ।
ଅଜୟ ଦେବଗନ୍ ବି ରାଜି ହୋଇଥିଲେ।
ସେ ସମୟରେ ଅଜୟ ଦେବଗନ୍ଙ୍କ ହାତରେ ଢ଼େର ଫିଲ୍ମ ଥିଲା।
ଶାହାରୁଖ୍ ଆଗରୁ ରାକେଶ୍ ରୋଶନ୍ଙ୍କ "କିଙ୍ଗ୍ ଅଙ୍କଲ୍ " ସିନେମାରେ କାମ କରିଥିଲେ।
ତାଙ୍କର ମନେ ହେଲା ଯେ କାଳେ ରାକେଶ ରୋଶନ୍ ଶାହାରୁଖ୍ ଖାନ୍ଙ୍କୁ ଅଧିକ ଗୁରୁତ୍ୱ ଦେବେ।
ସେ ସମୟରେ ଉଭୟ ଶାହରୁଖ୍ ଅଜୟଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥାନ୍ତି।
ଏଣୁୁ ଅଜୟ ଶେଷ ସମୟରେ "କରଣ ଅର୍ଜୁନ୍"ରୁ ଓହରି ଯାଇଥିଲେ।
ଏହାପରେ ରାକେଶ ରୋଶନ୍ ନିଷ୍ପତ୍ତି ନେଇଥିଲେ ଯେ କେବେହେଲେ ବି ନିଜ ସିନେମାରେ ଅଜୟ ଦେବଗନଙ୍କୁ ନେବେନି।
ଏହା ଅବଶ୍ୟ ଭିନ୍ନ କଥା ଯେ ପରେ "କରଣ ଅର୍ଜୁନ୍"ରେ ଅଜୟଙ୍କ ସ୍ଥାନରେ ସଲମାନ୍ ଖାନ୍ଙ୍କୁ ନିଆଯାଇଥିଲା।
Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
