Airstrike in Pakistan: ପାକିସ୍ତାନ ଉପରେ ବଡ଼ ହମଲା; ଅନେକ ଆତଙ୍କବାଦୀ ନିପାତ, ଆତଙ୍କୀ ଆଡ୍ଡା ଧ୍ବଂସ
ପାକିସ୍ତାନରେ ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ୍। ପାକିସ୍ତାନ ଉପରେ ଆଫଗାନିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍। ISIS ଠିକଣା ଉପରେ ଡ୍ରୋନ୍ ମାଡ଼ କଲା ଆଫଗାନିସ୍ତାନ। ବେଲୁଚିସ୍ତାନ ଓ ଖୈବର ପଖତୁନଖ୍ବାରେ ଆତଙ୍କୀଙ୍କ ଠିକଣା ଧ୍ବଂସ। ଡ୍ରୋନ୍ ମାଡ଼ରେ ISIS-K ଆତଙ୍କୀ ଲୁଚି ରହିଥିବା ଠିକଣା ଧ୍ବଂସ ହୋଇଛି।
ଅନେକ ଆତଙ୍କବାଦୀ ନିହତ ହୋଇଥିବା କହିଲା ଆଫଗାନିସ୍ତାନ। ରବିବାର ପାକିସ୍ତାନର ଆଟାକ ପରେ ଆଫଗାନିସ୍ତାନର ବଡ଼ ହମଲା କରିଛି। ପାକିସ୍ତାନର ଆକ୍ରମଣରେ ୩୮ ଆଫଗାନ ନାଗରିକ ନିହତ ହୋଇଥିଲେ।