Air India: ଯାନ୍ତ୍ରିକ ତ୍ରୁଟି ପାଇଁ କାଠମାଣ୍ଡୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ଫେରିଲା

Sep 19, 2026 - 21:43
Air India: ଯାନ୍ତ୍ରିକ ତ୍ରୁଟି ପାଇଁ କାଠମାଣ୍ଡୁ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ଫେରିଲା

"ନୂଆଦିଲ୍ଲୀ : ଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଉଡ଼ାଣ କରୁଥିବା ଏକ ଏୟାର ଇଣ୍ଡିଆ ବିମାନ ଆଜି କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଦିଲ୍ଲୀ ଫେରି ଆସିଛି।

କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ବିମାନଟି ନେପାଳ ବାୟୁସୀମା ପାଖାପାଖି ହୋଇଥିବା ବେଳେ ଏଥିରେ ଯାନ୍ତ୍ରିକ ସମସ୍ୟା ଦେଖା‌ଦେଇଥିଲା।

ଫଳରେ ବିମାନଟିକୁ ଜରୁରୀ ଭିତ୍ତିରେ ଦିଲ୍ଲୀ ଫେରାଇବାକୁ ପଡ଼ିଥିଲା।

ଦିଗ ପରିବର୍ତ୍ତନ ହୋଇଥିବା ଏୟାର ଇଣ୍ଡିଆ ବିମାନଟି ଏକ ଯାତ୍ରୀବାହୀ ବିମାନ ଥିଲା।Advertisment ଆହୁରି ପଢନ୍ତୁ: Nepal: ଅଚାନକ ବନ୍ୟାର କାରଣ ଜାଣିବାପାଇଁ ୭ ଜଣିଆ ଟିମ୍‌ ଗଠନ କଲା ନେପାଳ କିନ୍ତୁ ଏଥିରେ କେତେଜଣ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ଜଣାପଡ଼ିନି।

ଏ୩୨୦-୨୧୪ ବିମାନ ଆଜି ଅପରାହ୍ନ ୨.୪୨ରେ ଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଉଡ଼ାଣ ଭରିଥିଲା।

ଏହା ନେପାଳ ରାଜଧାନୀରେ ଅପରାହ୍ନ ପ୍ରାୟ ୪.୩୦ରେ ପହଞ୍ଚିଥାଆନ୍ତା।

କିନ୍ତୁ ବିମାନଟି ଧାର୍ଯ୍ୟ ସମୟରେ ନପହଞ୍ଚି ମଝି ଆକାଶରୁ ଫେରି ଆସିଛି।

ତେବେ ନେପାଳର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦର ଏନେଇ କୌଣସି ଔପଚାରିକ ବିବୃତି ଜାରି କରିନାହିଁ।

ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)