Air India: ବାୟୁଚାପ ଯୋଗୁଁ ମଝି ଆକାଶରେ ୩୦୦ ଫୁଟ୍ ତଳକୁ ଖସିଲା ଏୟାର ଇଣ୍ଡିଆ ବିମାନ
"ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ଫୁକେଟ୍ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ପ୍ରବଳ ବାୟୁଚାପର ସମ୍ମୁଖୀନ ହୋଇଥିଲା।
ଫଳରେ ଉଡ଼ାଣ ସମୟରେ ବିମାନଟି ହଠାତ୍ ପ୍ରାୟ ୩୦୦ ଫୁଟ ତଳକୁ ଖସିଆସିଥିଲା, ଯାହା ଫଳରେ ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ହଠାତ୍ ଝଟକା ଯୋଗୁଁ ବିମାନରେ ଥିବା ଅନେକ ଯାତ୍ରୀ ଭାରସାମ୍ୟ ହରାଇ ବସିଥିଲେ।
ଦଶ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ୟାବିନ କ୍ରୁ ସଦସ୍ୟ ଆହତ ହୋଇଛନ୍ତି।
ଏୟାର ଇଣ୍ଡିଆ ଘଟଣାର ନିଶ୍ଚିତ କରି କହିଛି ଯେ ସମସ୍ତ ଆହତଙ୍କୁ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି।Advertisment ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦିଲ୍ଲୀ ବିମାନବନ୍ଦର ପ୍ରଶାସନକୁ ପୂର୍ବରୁ ସତର୍କ କରାଯାଇଥିଲା, ଯାହା ଫଳରେ ବିମାନ ଅବତରଣ କରିବା ପୂର୍ବରୁ ଏକ ଡାକ୍ତରୀ ଦଳକୁ ପ୍ରସ୍ତୁତ ରଖାଯାଇଥିଲା।
ଏୟାର ଇଣ୍ଡିଆ ଅନୁଯାୟୀ, ଏହି ଘଟଣା ଫୁକେତରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏଆଇ-୨୩୭୯ ବିମାନରେ ଘଟିଛି।
ପ୍ରାଥମିକ ସୂଚନା ଅନୁଯାୟୀ,ପାଇଲଟ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଏବଂ ନିରାପଦରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଜାରି ରଖିଥିଲେ।ଏୟାର ଇଣ୍ଡିଆ ଏକ ବିବୃତି ଜାରି କରି କହିଛି ଯେ, ବିମାନ ସୁରକ୍ଷିତ ଭାବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଛି।
ଏୟାରଲାଇନ୍ସ ଏହା ମଧ୍ୟ କହିଛି ଯେ ଯାତ୍ରୀ ସୁରକ୍ଷା ଏହାର ସର୍ବୋଚ୍ଚ ପ୍ରାଥମିକତା ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।
Padma Shri D.Y.
Patil: ବିହାର, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଡିୱାଇ ପାଟିଲଙ୍କ ପରଲୋକ ଉଡ଼ାଣ ସମୟରେ ବାୟୁ ଚାପ ଏବଂ ଗତିରେ ହଠାତ୍ ପରିବର୍ତ୍ତନ ହେଉଛି ଟର୍ବୁଲେନ୍ସ।
ଏହା ବିମାନରେ ପ୍ରବଳ ଝଟକା ସୃଷ୍ଟି କରିପାରେ ଏବଂ କେତେକ ସମୟରେ ଉଚ୍ଚତାରେ ମଧ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ।
ବିଶେଷଜ୍ଞମାନଙ୍କ ଅନୁସାରେ ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ସବୁଠାରୁ ସୁରକ୍ଷିତ।
ଏହି କାରଣରୁ ଅନେକ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ଉଡ଼ାଣ ସମୟରେ ସିଟ୍ ବେଲ୍ଟ ସଙ୍କେତ ବନ୍ଦ ଥିବାବେଳେ ମଧ୍ୟ ସିଟ୍ ବେଲ୍ଟ ପିନ୍ଧି ରଖିବାକୁ ପରାମର୍ଶ ଦିଅନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।