AIIMS Security Staff Protest: ଗର୍ଜିଲେ ଏମ୍ସ କର୍ମଚାରୀ, ଧାରଣାରେ ବସିଛନ୍ତି କାର୍ଯ୍ୟରତ ୪୪୦ ସିକ୍ୟୁରିଟି ଗାର୍ଡ

Jun 12, 2026 - 11:04
AIIMS Security Staff Protest: ଗର୍ଜିଲେ ଏମ୍ସ କର୍ମଚାରୀ, ଧାରଣାରେ ବସିଛନ୍ତି କାର୍ଯ୍ୟରତ ୪୪୦ ସିକ୍ୟୁରିଟି ଗାର୍ଡ

ଏମ୍ସରେ ସୁରକ୍ଷାକର୍ମୀଙ୍କ ଧାରଣା। ୨ ମାସର ବକେୟା ଦରମା, ଇପିଏଫ୍ ନଦେବା ଓ ମନଇଚ୍ଛା ଦରମା କାଟିବାକୁ ବିରୋଧ କରି ଧାରଣାରେ ବସିଛନ୍ତି ଭୁବନେଶ୍ୱର ଏମ୍ସରେ କାର୍ଯ୍ୟରତ ୪୪୦ ସିକ୍ୟୁରିଟି ଗାର୍ଡ। କେବଳ ଏମର୍ଜେନ୍ସୀକୁ ଛାଡିଦେଲେ ଅନ୍ୟ କୌଣସି ବିଭାଗରେ ସିକୁରିଟି ଗାର୍ଡ ନାହାନ୍ତି। 

୨ ମାସ ହେବ ଦାୟିତ୍ୱରେ ଥିବା MVSF ଆଉଟ୍ ସୋର୍ସିଂ ସଂସ୍ଥା ଠିକ୍ ସମୟରେ ଦରମା ଦେଉନଥିବା ଓ  ମନଇଚ୍ଛା ଦରମା କାଟୁଥିବା ନେଇ ସିକୁରିଟିମାନେ ଅଭିଯୋଗ କରିଛନ୍ତି। ଏନେଇ ଏମ୍ସ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।