AICF: ଗୁପ୍ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ବଦଳିଲା ନିଷ୍ପତ୍ତି: ଜାତୀୟ ଚେସ୍ ନଭେମ୍ବର ୨୯ରୁ
"ନୂଆଦିଲ୍ଲୀ: ସର୍ବ ଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍) ବୁଧବାର ବରିଷ୍ଠ ଜାତୀୟ ଚେସ୍ ପ୍ରତିଯୋଗିତା ଲାଗି ବୁଧବାର ନୂଆ ତାରିଖ ଘୋଷଣା କରିଛି।
ନଭେମ୍ବର ୨୯ରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଉତ୍ତରପ୍ରଦେଶର ବାରାଣାସୀଠାରେ ଅନୁଷ୍ଠିତ ହେବ।Advertisment ଆଲୋଚନା ପରେ ନୂତନ ତାରିଖ ଘୋଷଣା ପୂର୍ବରୁ ଏଆଇସିଏଫ୍ ଏହି ପ୍ରତିଯୋଗିତାକୁ ୨୦୨୭ ମାର୍ଚ୍ଚରେ କରିବାକୁ ସ୍ଥିର କରିଥିଲା।
ତେବେ ଏହାକୁ ନେଇ ଅର୍ଜୁନ ପୁରସ୍କାରପ୍ରାପ୍ତ ଏବଂ ୫ ଥରର ରାଜ୍ୟଗୋଷ୍ଠୀ ବିଜେତା ଗ୍ରାଣ୍ଡ ମାଷ୍ଟର ଅଭିଜିତ ଗୁପ୍ତା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଗଭୀର ଚିନ୍ତା ପ୍ରକଟ କରିଥିଲେ।
୨୦୨୬ ସଂସ୍କରଣ ୨୦୨୭ ମାର୍ଚ୍ଚରେ ହେବା କେତେଦୂର ଠିକ୍।
ଏଥିସହ ମାର୍ଚ୍ଚରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ଏହି ପ୍ରତିଯୋଗିତାରେ ମଧ୍ୟ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବାରେ ପ୍ରତିବନ୍ଧ ହେବ ବୋଲି ସେ ଲେଖିଥିଲେ।
ଏହି ପୋଷ୍ଟ୍ ପରେ ମହାସଂଘ ତୁରନ୍ତ ବୈଠକ ଡାକି ପ୍ରମୁଖ ଅଂଶୀଦାରଙ୍କ ସହ ଆଲୋଚନା କରିବା ପରେ ନୂତନ ତାରିଖ ଘୋଷଣା କରିଛି।
ପୂର୍ବରୁ ଏହି ଇଭେଣ୍ଟ ୨୦୨୭ରୁ ମାର୍ଚ୍ଚ ୨୫ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ହେବାର ସ୍ଥିର ହୋଇଥିଲା।
Badminton: କୋରିଆ ଓପନ୍: ଦ୍ବିତୀୟ ରାଉଣ୍ଡରେ ତନ୍ବୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।