AI Takes Rail Safety Forward: ରେଳ ଯାତ୍ରୀଙ୍କ ସୁରକ୍ଷାରେ ଲାଗିବ AI, ଇଷ୍ଟକୋଷ୍ଟ ରେଲଓ୍ୱେରେ 'DAC ଅର୍ଜୁନ' ସାମିଲ
ଏବେ ରେଳ ଯାତ୍ରୀଙ୍କ ସୁରକ୍ଷାରେ ଲାଗିବ AI । ଷ୍ଟେସନରେ ନଜର ରଖିବ AI ରୋବଟ । ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ଇଷ୍ଟକୋଷ୍ଟ ରେଲଓ୍ୱେ ନେଇଛି ନୂଆ ପଦକ୍ଷେପ। 'DAC ଅର୍ଜୁନ' ନାମକ ଏହି ଅତ୍ୟାଧୁନିକ ରୋବଟକୁ ଇଷ୍ଟକୋଷ୍ଟ ରେଲଓ୍ୱେରେ ସାମିଲ କରାଯାଇଛି। ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ସ୍ମାର୍ଟ ରୋବଟରେ ରହିଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଅତ୍ୟାଧୁନିକ ପ୍ରଯୁକ୍ତି।
ଯାତ୍ରୀଙ୍କ ସୁରକ୍ଷା ସହ ଷ୍ଟେସନରେ ଘଟୁଥିବା ପ୍ରତ୍ୟେକ ଗତିବିଧି ଉପରେ ରଖିବ କଡ଼ା ନଜର। ରୋବଟରେ ଲାଗିଛି ୭ଟି ୩୬୦ ଡିଗ୍ରୀ AI କ୍ୟାମେରା, ଯାହା ଷ୍ଟେସନ ପରିସରକୁ ସବୁବେଳେ ନଜରରେ ରଖିବ। କୌଣସି ଯାତ୍ରୀ ରେଳ ଟ୍ରାକକୁ ଓହ୍ଲାଇଲେ, ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଦେଲେ କିମ୍ବା ଅଗ୍ନିକାଣ୍ଡ ଭଳି ଜରୁରୀ ସ୍ଥିତି ସୃଷ୍ଟି ହେଲେ, ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ସତର୍କ ସୂଚନା ପଠାଇବ। ଏହାଛଡ଼ା ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଯାତ୍ରୀଙ୍କୁ ଆବଶ୍ୟକ ସୂଚନା ମଧ୍ୟ ପ୍ରଦାନ କରିବ।
ପ୍ରଥମ ପର୍ଯ୍ୟାୟରେ ଏହି AI ରୋବଟକୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପୁରୀ ରେଳ ଷ୍ଟେସନରେ ନିୟୋଜିତ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ମୁତୟନ କରାଯିବ। ଯାତ୍ରୀ ସୁରକ୍ଷା ସହ ରେଳ ସେବାକୁ ଅଧିକ ସ୍ମାର୍ଟ ଓ ପ୍ରଯୁକ୍ତିନିର୍ଭର କରିବା ଲକ୍ଷ୍ୟରେ ପୂର୍ବତଟ ରେଳ ଏହି ଅଭିନବ ପଦକ୍ଷେପ ନେଇଛି।
ଷ୍ଟେସନରେ ନଜର ରଖିବ AI ରୋବଟ୍
ଆସିଲା AI ରୋବଟ 'DAC ଅର୍ଜୁନ'
ଇଷ୍ଟକୋଷ୍ଟ ରେଲଓ୍ୱେରେ 'DAC ଅର୍ଜୁନ' ସାମିଲ
ଯାତ୍ରୀଙ୍କୁ ସୂଚନା ଓ ସୁରକ୍ଷା ଦେବ
ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ପ୍ରସ୍ତୁତ
ରୋବଟରେ ୭ଟି ୩୬୦ ଡିଗ୍ରୀ AI କ୍ୟାମେରା
ବାହୁଡ଼ା ପର୍ଯ୍ୟନ୍ତ ପୁରୀ ଷ୍ଟେସନରେ ହେବ ନିୟୋଜିତ
ଭୁବନେଶ୍ୱର ରେଳ ଷ୍ଟେସନରେ ମଧ୍ୟ ମୁତୟନ କରାଯିବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।