AI Photo Morphing Case: AIରେ ଫଟୋ ବିକୃତ କରି ମୁଖ୍ୟମନ୍ତ୍ରୀଙ୍କ ଚରିତ୍ର ସଂହାର ମାମଲା, ଅନୁଗୁଳରୁ ଜଣେ ଗିରଫ
ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ AI ଫଟୋ ବିକୃତ କରି ଚରିତ୍ର ସଂହାର ମାମଲାରେ ଆଉ ଜଣେ ଗିରଫ। ମଖ୍ୟମନ୍ତ୍ରୀଙ୍କ ଫଟୋକୁ ଏଆଇ ଜରିଆରେ ବିକୃତ କରି ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଭାଷା ସହ ପୋଷ୍ଟ କରିବା ଅଭିଯୋଗରେ ଭୁବନେଶ୍ୱର ସାଇବର ଥାନା ପୋଲିସ ପୁଣି ଜଣେ ଯୁବକଙ୍କୁ ଗିରଫ କରିଛି।
ଗିରଫ ଯୁବକ ଅନୁଗୁଳ ଜିଲ୍ଲା ବାଗେଡିଆ ଥାନା ଅଞ୍ଚଳର ମନୋରଞ୍ଜନ ପ୍ରଧାନ। ମନୋରଞ୍ଜନ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ବିକୃତ ଫଟୋ ଶେୟାର କରିବା ସହ ଅତି ଜଘନ୍ୟ ଓ ଅଶ୍ଳୀଳ ଭାଷା ପ୍ରୟୋଗ କରି ଚରିତ୍ର ସଂହାର କରିଥିବା ଅଭିଯୋଗ ହୋଇଛି।ସାଇବର ଥାନା ଡିଜିଟାଲ୍ ଆକ୍ଟିଭିଟି ଉପରେ ନଜର ରଖି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୨ ଦିନ ପୂର୍ବରୁ ସମାନ ଅଭିଯୋଗରେ ବିଶ୍ୱଜିତ ସାହୁ ନାମକ ଜଣେ ଯୁବକଙ୍କୁ ମଧ୍ୟ ସାଇବର ଥାନା ପୋଲିସ ଗିରଫ କରିିଥିଲା।...
ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ
AIରେ ଫଟୋ ବିକୃତ କରି ଚରିତ୍ର ସଂହାର ମାମଲା
ଅନୁଗୁଳରୁ ଗିରଫ ହେଲେ ଆଉ ଜଣେ ବ୍ୟକ୍ତି
ଅଶ୍ଳୀଳ ଭାଷା ସହ ପୋଷ୍ଟ କରିଥିବା ଅଭିଯୋଗ
ଗିରଫ ଯୁବକ ବାଗେଡିଆର ମନୋରଞ୍ଜନ ପ୍ରଧାନ
୨ ଦିନ ପୂର୍ବରୁ ଗିରଫ ହୋଇଥିଲେ ବିଶ୍ୱଜିତ ସାହୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।