AI companion: ଏକଲାପଣ ଦୂର କରିବ ଏଆଇ ସାଥୀ
"ଚୀନର ରୋବୋଟିକ୍ସ କମ୍ପାନି "ୟୁବିଟେକ୍" ଅବିକଳ ମଣିଷ ପରି ଦିଶୁଥିବା ଏକ ରୋବଟ୍ ଉନ୍ମୋଚନ କରିଛି, ଯାହା ନିଃସଙ୍ଗ ଚୀନୀ ଲୋକଙ୍କ ଏକଲାପଣ ଦୂର କରିବା ପାଇଁ ଉଦ୍ଦିଷ୍ଟ। "ୟୁଵାର୍ଲଡ୍ ୟୁ୧" ନାମକ ଏହି ରୋବଟ୍ର ଚର୍ମ ସିଲିକନ୍ରୁ ପ୍ରସ୍ତୁତ ଏବଂ ମଣିଷର ୨୦ ପ୍ରକାର ଭାବାବେଗକୁ ବୁଝିବା ପାଇଁ ଏଥିରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରାଯାଇଛି।
ଏହା କଥା ହେବା ସମୟରେ ମଣିଷସୁଲଭ ମୁଖମଣ୍ଡଳ ହାବଭାବ ପ୍ରଦର୍ଶନ କରିବାକୁ ମଧ୍ୟ ସକ୍ଷମ।
ସେହିପରି ଏହାର ସ୍ମୃତିଶକ୍ତି ଦୀର୍ଘସ୍ଥାୟୀ।
ତେଣୁ ଏହା ଅତୀତର କଥାବାର୍ତ୍ତାକୁ ମନେ ରଖି ମାଲିକଙ୍କ ସହ ସମ୍ବେଦନଶୀଳ ଢଙ୍ଗରେ ଭାବ ଆଦାନପ୍ରଦାନ କରିଥାଏ।Advertisment SIR: ରାୟଗଡ଼ାରେ ୯୩.୬୩% ଭୋଟର ଡିଜିଟାଲ ଭାବରେ ଅନ୍ତର୍ଭୁକ୍ତ ଏହାକୁ ବିଶେଷ କରି ଅବିବାହିତ ପ୍ରାପ୍ତବୟସ୍କ ଓ ଏକୁଟିଆ ରହୁଥିବା ବୃଦ୍ଧ ବ୍ୟକ୍ତିମାନଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।
ଉଭୟ ପୁରୁଷ ଓ ମହିଳା ରୂପରେ ଏହା ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି।
ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହାକୁ ଏକ ଘରୋଇ ସହାୟକ ବା କର୍ମଚାରୀ ରୂପେ ଡିଜାଇନ୍ କରାଯାଇନାହିଁ, କେବଳ ଏକ ସାଥୀ ଭାବେ ଏହା ମାଲିକଙ୍କୁ ସାହଚର୍ଯ୍ୟ ପ୍ରଦାନ କରିବ।
ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୪ ଲକ୍ଷ ଟଙ୍କାରୁ ଆରମ୍ଭ ଏବଂ ସବୁଠାରୁ ଉତ୍କୃଷ୍ଟ ମଡେଲ୍ର ଦାମ ୧.୧୫ କୋଟି ଟଙ୍କା।
ଉଚ୍ଚା ଦର ସତ୍ତ୍ବେ ଉନ୍ମୋଚନ ଦିନ ହିଁ କମ୍ପାନିକୁ ୧୩,୦୦୦ଟି ରୋବଟ୍ର ଅର୍ଡର୍ ମିଳିସାରିଛି।
IUAC Recruitment: କେନ୍ଦ୍ରୀୟ ପ୍ରତିଷ୍ଠାନରେ କାମ କରିବାର ସୁଯୋଗ: ଆବେଦନର ଶେଷ ତାରିଖ ଅଗଷ୍ଟ ୪"