Ahead of Rath Yatra: ରଥଯାତ୍ରା ପୂର୍ବରୁ ବିଭିନ୍ନ ହୋଟେଲରେ ରେଡ୍, କରାଗଲା ଯାତ୍ରୀଙ୍କ ରେକର୍ଡ ଯାଞ୍ଚ
ପୁରୀରେ ଶ୍ରୀଜିଉଙ୍କ ରଥଯାତ୍ରା ଅବସରରେ ସଜାଗ ପୁରୀ ପୋଲିସ। ରଥଯାତ୍ରା ପୂର୍ବରୁ ବିଭିନ୍ନ ହୋଟେଲରେ କରାଯାଉଛି ରେଡ୍। ପୁରୀ ପୋଲିସ ପକ୍ଷରୁ ଚାଲିଛି ରେଡ୍। ରଥଯାତ୍ରା ନେଇ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି ପୋଲିସ। ହୋଟେଲରେ ରହୁଥିବା ଯାତ୍ରୀଙ୍କ କରାଯାଉଛି ରେକର୍ଡ ଯାଞ୍ଚ।
ରଥଯାତ୍ରା ଅବସରରେ ହୋଟେଲରେ ଯାତ୍ରୀଙ୍କୁ ୩ ଦିନ ରହିବାକୁ ବାଧ୍ୟ କରାଯାଉଥିବା ଜଣାପଡିଛି। ହୋଟେଲ ଭଡ଼ା ମଧ୍ୟ ଅନ୍ୟ ଦିନ ତୁଳନାରେ ଦୁଇରୁ ୩ ଗୁଣା ଅଧିକ ନିଆଯାଉଥିବା ଜଣାପଡିଛି। ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ପୁରୀ ପୋଲିସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।...
ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ
ରଥଯାତ୍ରା ପୂର୍ବରୁ ବିଭିନ୍ନ ହୋଟେଲରେ ରେଡ୍
ପୁରୀ ପୋଲିସ ପକ୍ଷରୁ ଚାଲିଛି ରେଡ୍
ବିଭିନ୍ନ ହୋଟେଲରେ ରାତ୍ରିକାଳୀନ ପୋଲିସ ରେଡ୍
ରଥଯାତ୍ରା ନେଇ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଚିନ୍ତା
ହୋଟେଲରେ ଯାତ୍ରୀଙ୍କ କରାଗଲା ରେକର୍ଡ ଯାଞ୍ଚ
ଆଇନଶୃଙ୍ଖଳା ବ୍ୟବସ୍ଥା ନେଇ ସଜାଗ ପୋଲିସ
ହୋଟେଲ କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ୩ ଦିନ ରହିବାକୁ ବାଧ୍ୟ କରୁଥିବା ଅଭିଯୋଗ
ହୋଟେଲରେ ରହିଲେ ୩ ଦିନିଆ ପ୍ୟାକେଜ୍ ନେବାକୁ ବାଧ୍ୟ କରାଯାଉଛି
ହୋଟେଲ ଭଡ଼ା ୨ରୁ ୩ ଗୁଣା ବୃଦ୍ଧି କରିଥିବା ଜଣାପଡ଼ିଛି
ଏ ସମସ୍ତ ତଥ୍ୟର ଯାଞ୍ଚ କରୁଛି ପୁରୀ ପୋଲିସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।