18 SEPTEMBER 2026

Welcome!

Unlock your personalized experience.
Sign Up

Ahe Nilashaila: ଆଜିଠୁ ‘ଆହେ ନୀଳଶଇଳ’: ରବୀନ୍ଦ୍ର ମଣ୍ଡପରେ ୨୧ ତାରିଖ ପର୍ଯ୍ୟନ୍ତ

Sep 18, 2026 - 04:30
Ahe Nilashaila: ଆଜିଠୁ ‘ଆହେ ନୀଳଶଇଳ’: ରବୀନ୍ଦ୍ର ମଣ୍ଡପରେ ୨୧ ତାରିଖ ପର୍ଯ୍ୟନ୍ତ

ଭୁବନେଶ୍ବର: ସାରା ଓଡ଼ିଶାର ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଶୁକ୍ରବାରଠାରୁ (ସେପ୍ଟେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ) ୪ ଦିନ ଧରି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ପ୍ରତ୍ୟହ ସନ୍ଧ୍ୟା ୬ଟାରେ ମଞ୍ଚସ୍ଥ ହେବ। ଚକଲେଟ୍‌ ପ୍ରଡକ୍‌ସନ୍‌ସ୍‌ ପ୍ରସ୍ତୁତ ଓଡ଼ିଆ ଜାତିର ପ୍ରାଣ ଶ୍ରୀଜଗନ୍ନାଥଙ୍କ ମହିମା ଆଧାରିତ ଏହି ନାଟକର ସମସ୍ତ ସୋ’ ହାଉସ୍‌ଫୁଲ୍‌ ହୋଇସାରିଛି।

Education: 'ଇଗ୍ନୋ' ରେ ଜୁଲାଇ ୨୦୨୬ ଶିକ୍ଷା ସତ୍ର ପାଇଁ ନୁତନ ନାମଲେଖା ପଂଜୀକରଣ ଅବଧି ବୃଦ୍ଧି

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଏକ ଅପାସୋରା ଅଧ୍ୟାୟକୁ ଆଧାର କରି ପ୍ରସ୍ତୁତ ହୋଇଛି ‘ଆହେ ନୀଳଶଇଳ’। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମ୍‌ର ବିଷ ଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ରଦେବ ବହୁ କଷ୍ଟ ସ୍ବୀକାର କରିଛନ୍ତି ଏବଂ ଯୁଦ୍ଧରେ ମୋଗଲ ସେନାକୁ ପରାଜିତ କରି ପାତାଳି ହୋଇଥିବା ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରକୁ ଫେରାଇ ଆଣିଛନ୍ତି, ତାହା ଉପସ୍ଥାପିତ ହୋଇଛି ‘ଆହେ ନୀଳଶଇଳ’ରେ। ଏହାର କାହାଣୀ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ ହୋଇଥିବା ବେଳେ ନାଟକ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ଡ.ପ୍ରତିମା ହୋତା। ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍‌ ରାୟ। 

Horoscope 2026 September 18: ଜାଣନ୍ତୁ ଆଜିର ରାଶିଫଳ...

ଇତିମଧ୍ୟରେ ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୩୬ଟି ସୋ’ ପ୍ରଦର୍ଶିତ ହୋଇ ସାରିଥିଲେ ହେଁ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ଅପରିବର୍ତ୍ତିତ ରହିଛି। ‘ଆହେ ନୀଳଶଇଳ’ର ସମସ୍ତ ସୋ’ ‌ହାଉସ୍‌ଫୁଲ୍‌ ହୋଇସାରିଛି। ନାଟକ ସଂପର୍କରେ ଅଧିକ ସୂଚନା ଲାଗି ୯୮୫୩୦୩୫୧୦୪ ଓ ୮୯୦୮୦୨୦୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ଚକଲେଟ୍ ପ୍ରଡକ୍‌ସନ୍‌ସ୍ ପକ୍ଷରୁ ଅନୁରୋଧ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)