Agriculture: କୃଷିର ବିକାଶରେ ଏଫ୍‌ଆଇସିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି: ଉପମୁଖ୍ୟମନ୍ତ୍ରୀ

Aug 29, 2026 - 19:37
Agriculture: କୃଷିର ବିକାଶରେ ଏଫ୍‌ଆଇସିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି: ଉପମୁଖ୍ୟମନ୍ତ୍ରୀ

"ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା ହେବ ବିଶ୍ୱର ଦ୍ୱିତୀୟ ଏଫ୍‌ଆଇସି (ଫଟିଲାଇଜର୍ ଇନୋଭେସନ୍ ‌ସେଣ୍ଟର) ଏବଂ ଫର୍ଟିଲାଇଜର୍‌ ଏକାଡେମୀ।

ଏହି ଏକାଡେମୀ ପ୍ରତିଷ୍ଠା ହେଲେ ରାଜ୍ୟରେ କୃଷି କ୍ଷେତ୍ରରେ ନବସୃଜନ ନିମନ୍ତେ ପଥ ପ୍ରଶସ୍ତ ହେବ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଆଜି ଏଫଆଇସିର ପ୍ରତିନିଧିମାନେ ସାକ୍ଷାତ କରି ଏହି ସମ୍ପର୍କରେ ଆ‌ଲୋଚନା କରିଛନ୍ତି।

Advertisment ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରତିନିଧିମାନଙ୍କ ସହ ଆଲୋଚନା ଅବସରରେ ଓଡ଼ିଶାରେ କୃଷି କ୍ଷେତ୍ରରେ ରସାୟନିକ ସାରର ବ୍ୟବହାର ହ୍ରାସ କରିବା ସହ ଜୈବିକ କୃଷିକୁ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।

ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ଓ କୃଷକମାନଙ୍କ ସମସ୍ୟାର ନିରନ୍ତର ସମାଧାନ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଓଡ଼ିଶାରେ କୃଷକମାନଙ୍କୁ ସମର୍ଥନ ଦେବା ନିମନ୍ତେ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ ସହ ରାଜ୍ୟରେ ନିରନ୍ତର କୃଷି ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ସାରର ଉପଯୁକ୍ତ ଏବଂ ଯଥାଯଥ ବ୍ୟବହାର କରି ମୃତ୍ତିକାର ଗୁଣବତ୍ତା ଓ ପୁଷ୍ଟିସାର ପରିଚାଳନା ସୁନିଶ୍ଚିତ କରିବା ଉପରେ ଏଫ୍‌ଆଇସି ଗୁରୁତ୍ୱ ଦେଇଥାଏ ବୋଲି ପ୍ରତିନିଧିମାନେ ଉଲ୍ଲେଖ କରିଥିଲେ।

ଆଲୋଚନା ସମୟରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କମିସନର ତଥା ଶାସନ ସଚିବ ସଚିନ୍‌ ରାମଚନ୍ଦ୍ର ଜାଧବ, କୃଷି ନିର୍ଦ୍ଦେଶକ ଶୁଭମ୍‌ ସକ୍‌ସେନାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଲୋକସେବା ଭବନସ୍ଥ ନିଜ କାର୍ଯ୍ୟାଳୟରୁ କାର୍ଯ୍ୟାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)