Advocates Protest: ବାର୍‌ କାଉନସିଲ୍‌ ଅଧ୍ୟକ୍ଷ ମନନ୍‌ ମିଶ୍ରଙ୍କ ଇସ୍ତଫା ଦାବିରେ ଯୁବ ଆଡଭୋକେଟ୍‌ଙ୍କ ପ୍ରତିବାଦ

Aug 20, 2026 - 15:41
Advocates Protest: ବାର୍‌ କାଉନସିଲ୍‌ ଅଧ୍ୟକ୍ଷ ମନନ୍‌ ମିଶ୍ରଙ୍କ ଇସ୍ତଫା ଦାବିରେ ଯୁବ ଆଡଭୋକେଟ୍‌ଙ୍କ ପ୍ରତିବାଦ

"ନୂଆଦିଲ୍ଲୀ: ଓକିଲମାନଙ୍କର ଏକ ଗୋଷ୍ଠୀ ଗୁରୁବାର ବାର୍‌ କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ) କାର୍ଯ୍ୟାଳୟ ବାହାରେ ପ୍ରତିବାଦ କରିବା ସହିତ ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି।

ନାଲସାର୍‌ ୟୁନିଭର୍‌ସିଟିର ଛାତ୍ରମାନଙ୍କୁ ଟାର୍ଗେଟ କରି ବିଭିନ୍ନ ରାଜ୍ୟ ବାର୍‌ରେ ସେମାନଙ୍କୁ ପଞ୍ଜୀକୃତ ନ କରିବାକୁ ମନନ ମିଶ୍ରଙ୍କ ନିର୍ଦ୍ଦେଶ ପ୍ରତିବାଦରେ ତାଙ୍କ ଇସ୍ତଫା ଦାବି କରାଯାଇଛି।

ଅଲ୍ ଇଣ୍ଡିଆ ୟଙ୍ଗ୍ ଆଡଭୋକେଟ୍ସ ଆସୋସିଏସନ୍ ଦ୍ୱାରା ଆୟୋଜିତ ପ୍ରତିବାଦକୁ କକ୍ରୋଚ୍ ଜନତା ପାର୍ଟି (ସିଜେପି) ସମର୍ଥନ କରିଥିଲା।

ପ୍ରତିବାଦ ସମୟରେ ବିସିଆଇ କାର୍ଯ୍ୟାଳୟ ନିକଟରେ ପ୍ରବଳ ପୁଲିସ ମୁତୟନ କରାଯାଇଛି।

ପ୍ରଦର୍ଶନକାରୀମାନେ ମିଶ୍ରଙ୍କ ଇସ୍ତଫା ଦାବିରେ ସ୍ଲୋଗାନ ଦେବା ସହିତ ପ୍ଲାକାର୍ଡ ଧରିଥିଲେ।

ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଓ ଆଶୁତୋଷ ରାଙ୍କା ପ୍ରମୁଖ ଯୁବ ଆଡଭୋକେଟଙ୍କ ପ୍ରତିବାଦ ଡାକରାକୁ ସମର୍ଥନ ଘୋଷଣା କରିଛନ୍ତି।Advertisment ପ୍ରତିବାଦ ସମୟରେ ପ୍ରବଳ ପୁଲିସ ମୁତୟନ ନାଲସାର୍‌ ୟୁନିଭର୍‌ସିଟିର ଛାତ୍ରମାନଙ୍କୁ ଟାର୍ଗେଟ କରି ବିଭିନ୍ନ ରାଜ୍ୟ ବାର୍‌ରେ ସେମାନଙ୍କୁ ପଞ୍ଜୀକୃତ ନ କରିବାକୁ ମନନ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।

ନାଲସାର୍‌ ୟୁନିଭର୍‌ସିଟିର ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିବାକୁ ବିରୋଧ କରାଯିବାକୁ ନେଇ ମନନ୍‌ ମିଶ୍ର ଏହି ନିର୍ଦ୍ଦେଶ ଦେଇଥିଲେ।

ମନନ୍‌ ମିଶ୍ରଙ୍କ ନିର୍ଦ୍ଦେଶକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବା ଓ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ପ୍ରତିବାଦ ଧମକର କିଛି ଘଣ୍ଟା ମଧ୍ୟରେ ବାର୍‌ କାଉନସିଲ ଏହାର ଆଦେଶ ପ୍ରତ୍ୟାହାର କରିନେଇଥିଲା।

ସିଜେଆଇ ବିସିଆଇକୁ ଏହି କାର୍ଯ୍ୟ ପାଇଁ ମଧ୍ୟ ସମାଲୋଚନା କରିଥିଲେ ଓ ମାମଲାରେ ଏହାର ସମ୍ପୃକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ।

HIV: ରୋଗୀକୁ ଭୁଲ୍‌ରେ ଏଚ୍‌ଆଇଭି ସଂକ୍ରମିତ ଦର୍ଶାଇଥିଲା ଏମ୍ସ ଋଷିକେଶ୍‌: ୬୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଖାଉଟି କମିସନଙ୍କ ନିର୍ଦ୍ଦେଶ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)