Adani Group: ରାୟଗଡ଼ାରେ ଆଦାନୀ ଗ୍ରୁପ ମୁଖ୍ୟ, ଥେରୁବାଲି ସ୍ଥିତ ଇମ୍ଫା କାରଖାନାରେ ବୈଠକ
"ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଥେରୁବାଲି ସ୍ଥିତ ଇମ୍ଫା କାରଖାନାକୁ ବିଶ୍ୱର ପ୍ରମୁଖ ଶିଳ୍ପ ସଂସ୍ଥା ଆଦାନୀ ଗ୍ରୁପର କର୍ମକର୍ତ୍ତା ଆଜି ହେଲିକପ୍ଟର ଯୋଗେ ଆସିଥିଲେI ଇମ୍ଫା କାରଖାନା ପରିସରରେ ପ୍ରାୟ ୧ ଘଣ୍ଟା ଧରି ବୈଠକ ହୋଇଥିଲା I ଏହି ବୈଠକରେ ଆଦାନୀ କମ୍ପାନୀର ମୁଖ୍ୟ ଗୌତମ ଆଦାନୀ, ତାଙ୍କ ପୁଅ କରନ ଆଦାନୀ ଓ ସରକାରୀ ଅଧିକାରୀ ଯୋଗଦେଇଥିଲେ I ବିଶ୍ୱର ପ୍ରମୁଖ ଶିଳ୍ପ ସଂସ୍ଥା ଆଦାନୀର ମୁଖ୍ୟ ରାୟଗଡ଼ା ଜିଲ୍ଲାକୁ ଆସିବା ଏବେ ଚର୍ଚ୍ଚାର ଖୋରାକ ଯୋଗାଇବା ସହ ନାନା ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଛି IAdvertisment ଏଠାରେ ଉଲ୍ଲେଖଯୋଗ୍ୟଯେ ଆଦାନୀ ଗ୍ରୁପକୁ କାଶୀପୁର ବ୍ଲକରେ ବକ୍ସାଇଟ ଖଣି ମିଳିଛି I କମ୍ପାନୀ ପକ୍ଷରୁ ରାୟଗଡ଼ାଠାରେ କଳିଙ୍ଗ ଆଲୁମିନିଅମ ଲିମିଟେଡ ନାମରେ ଅଫିସ ମଧ୍ୟ ଖୋଲା ଯାଇଛି I ରାୟଗଡ଼ାଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଥମେ କୋଲନରା ବ୍ଲକରେ ପାଖାପାଖି ୧୭୦୦ ଏକର ଜମି ଦେଖାଯାଇଥିଲା I କିନ୍ତୁ ସେଠାରେ ସରକାରୀ ଜମିଠୁ ବେସରକାରୀ ଜମିରେ ପରିମାଣ ଅଧିକା ଥିବାରୁ ବିସ୍ଥାପନ ପକ୍ରିୟାରେ ଅସୁବିଧା ହେବା ଆଶଙ୍କା ପ୍ରକାଶ କରି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନଥିଲା I ସାଧାରଣରେ ନାନା ଆଲୋଚନା ଆରମ୍ଭ ଆଜିର ବୈଠକକୁ ନେଇ ସାଧାରଣରେ ନାନା ଆଲୋଚନା ଆରମ୍ଭ ହୋଇଛି I ଅଗାମୀ ଦିନରେ ଇମ୍ଫା କାରଖାନାକୁ ଆଦାନୀ ଗ୍ରୁପ ଟେକ ଓଭର କରିନେବକି ବୋଲି ଆଲୋଚନା ଜୋର ଧରିଛି I ଆଜିର ବୈଠକ ସମୟରେ ଗଣମାଧ୍ୟମକୁ ଛଡ଼ା ଯାଇନଥିଲା ବେଳେ ଗସ୍ତକୁ ଲକ୍ଷ୍ୟ କରି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା I ଏହି ବୈଠକ ସମୟରେ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ଏସ ପି ରାଜ ପ୍ରସାଦ ପ୍ରମୁଖ ଉପସ୍ଥିତ ରହିଥିଲେ I ଆଦାନୀ ଗ୍ରୁପ ମାଲିକ ହେଲିକପ୍ଟରରେ କାଶିପୁର ବ୍ଲକ ତଥା ଜିଲ୍ଳାର ଏରିଅଲ ଭିଉ ନେଇଥିବା ଜଣାପଡିଛି I "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।