Accident: ମହାରାଷ୍ଟ୍ରର ଅମରାବତୀରେ ଦୁର୍ଘଟଣା: ୫ ଜଣଙ୍କ ମୃତ୍ୟୁ

Oct 02, 2026 - 10:07
Accident: ମହାରାଷ୍ଟ୍ରର ଅମରାବତୀରେ ଦୁର୍ଘଟଣା: ୫ ଜଣଙ୍କ ମୃତ୍ୟୁ

"ଅମରାବତୀ: ମହାରାଷ୍ଟ୍ରର ଅମରାବତୀରେ ଏକ ବଡ଼ ଦୁର୍ଘଟଣା ଘଟିଛି।

ସମୃଦ୍ଧି ରାଜପଥର ଧାମନଗାଓଁ ନିକଟରେ ଏକ ଟ୍ରକ୍ ଏକ ବୋଲେରୋ ପିକଅପ୍ ଭ୍ୟାନ୍ ସହିତ ଧକ୍କା ହୋଇଛି।

ଏହି ଦୁର୍ଘଟଣାରେ ପାଞ୍ଚ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।Advertisment ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଅମରାବତୀ ଜିଲ୍ଲାର ଧାମନଗାଓଁ ରେଳ ଷ୍ଟେସନ ନିକଟରେ ସମୃଦ୍ଧି ଏକ୍ସପ୍ରେସୱେର ଚ୍ୟାନେଲ୍ ୯୭ରେ ଗୁରୁବାର ରାତି ୧୨:୪୫ ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ପିକଅପ୍ ଭ୍ୟାନ୍ ସହିତ ଟ୍ରକ୍ ଧକ୍କାଅଧିକାରୀ କହିଛନ୍ତି ଯେ ଟ୍ରକ୍ ପିକଅପ୍ ଭ୍ୟାନ୍‌କୁ ପଛରୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୧ ଜଣ ଆହତ ହୋଇଥିଲେ।

ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଆହତମାନଙ୍କୁ ପ୍ରଥମେ ଧାମନଗାଓଁ ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ୱାର୍ଦ୍ଧା ମେଡିକାଲ୍ କଲେଜକୁ ରେଫର କରାଯାଇଥିଲା।

Helicopter crash: ହେଲିକପ୍ଟର ଦୁର୍ଘଟଣାରେ ବିଶିଷ୍ଟ ବ୍ୟବସାୟୀ, ତାଙ୍କ ପତ୍ନୀଙ୍କ ସମେତ ୬ଜଣଙ୍କର ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)