Accident: ବାଇକ୍‌ ଚକରେ ଫସିଗଲା ଓଢ଼ଣୀ; ମହିଳାଙ୍କର ମୃତ୍ୟୁ, ଭୋ ଭୋ କାନ୍ଦୁଛି ଝିଅ

Aug 22, 2026 - 17:32
Accident: ବାଇକ୍‌ ଚକରେ ଫସିଗଲା ଓଢ଼ଣୀ; ମହିଳାଙ୍କର ମୃତ୍ୟୁ, ଭୋ ଭୋ କାନ୍ଦୁଛି ଝିଅ

"ଝରିଗାଁ (ରମେଶ ପଟ୍ଟନାୟକ): ମା"ର ଅନୁପସ୍ଥିତି ପାଇଁ ଭୋ ଭୋ ହୋଇ କାନ୍ଦୁଛି ୧୨ ବର୍ଷୀୟ ଝିଅ ସୁହାନୀ।

ମା" ଲୋ କୁଆଡ଼େ ଗଲୁ...କେବେ ଫେରିବୁ?

ତୋତେ ନଦେଖି ମୁଁ କେମିତି ବଞ୍ଚିବି କହୁଛି ସ୍କୁଲ ଛାତ୍ରୀ ସୁହାନୀ।

ପରିବାର ଲୋକେ ଯେତେ ଯାହା ବୁଝାଇଲେ କିଛି ଶୁଣୁ ନାହିଁ।

ଦିନ ସାରା ଆଖିରୁ ଗଡ଼ାଇ ଚାଲିଛି ଲୁହ।

ଏକ ବାଇକ୍‌ ଦୁର୍ଘଟଣାରେ ମା"ର ମୃତ୍ୟୁ ପରେ ନାବାଳିକା ସୁାହାନୀ ପାଢ଼ୀ ମା"ଙ୍କୁ ଝୁରି ହେଉଛି।

ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଏହି ଅଭାବନୀୟ ପରିବେଶ ଦେଖିବାକୁ ମିଳିଛି।

ବାଇକ୍‌ରେ ଓଢ଼ଣୀ ଫସିଯିବାରୁ ଦୁର୍ଘଟଣାରେ ଗୀତାଞ୍ଜଳି ପାତ୍ରଙ୍କର ମୃତ୍ୟୁ ଘଟିଛି।

Advertisment ପରିବାର ଲୋକଙ୍କ କହିବା ଅନୁସାରେ ଝରିଗାଁର ବାସିନ୍ଦା ଶିବ ରାମ ପାଢ଼ୀ ଏବଂ ତାଙ୍କର ପତ୍ନୀ ଗୀତାଞ୍ଜଳି ଏଲ୍‌ପିଜି ଗ୍ୟାସ୍‌ ପାଇଁ e-KYC କରିବା ପାଇଁ ଉମରକୋଟସ୍ଥିତ ଏକ ଗ୍ୟାସ୍‌ ଏଜେନ୍ସି ପାଖକୁ ଯାଉଥିଲେ। ‌ଉଭୟ ସ୍ବାମୀ-ସ୍ତ୍ରୀ ଆଜି ପୂର୍ବାହ୍‌ଣ ୧୧ଟାରେ ଘରୁ ବାହାରିଥିଲେ।

ଯିବା ରାସ୍ତାରେ ମଧ୍ୟାହ୍‌ଣ ୧୨ଟାରେ ଏକମ୍ବା ଗ୍ରାମ ବିଦ୍ୟାଳୟ ନିକଟରେ ଗୀତାଞ୍ଜଳି ପିନ୍ଧିଥିବା ଓଢଣୀ ବାଇକର ପଛ ଚକରେ ଗୁଡେଇ ହୋଇଯାଇଥିଲା।

ଫଳରେ ଗୀତାଞ୍ଜଳି ଚଳନ୍ତା ଗାଡ଼ିରୁ ମୁହଁମାଡି ତଳେ ପଡିଯାଇଥିଲେ।

Student dead: ବେକରେ ଓଢ଼ଣୀ ଦେଇ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ ଦୁର୍ଘଟଣାର ଶିକାର ହୋଇ ସ୍ତ୍ରୀ ତଳେ ପଡ଼ି ଛଟପଟ ହେଉଥିଲେ।

ଏତିକି ବେଳେ ସେହି ରାସ୍ତା ଦେଇ ପ୍ରିୟରଞ୍ଜନ ମଲ୍ଲିକ ପହଞ୍ଚି ଥିଲେ।

ସେ ଉଭୟଙ୍କୁ ଏକ ଅଟୋ ଯୋଗେ ଉମରକୋଟ ଗାଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ଥିଲେ।

ସେଠାରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା।

କିନ୍ତୁ ମୁହଁରେ ଗଭୀର ଆଘାତ ସହ ନାକ ଓ କାନ ପଟୁ ରକ୍ତ ବନ୍ଦ ନହେବା ଯୋଗୁଁ ଉଭୟଙ୍କୁ କୋରାପୁଟ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା।

ଆମ୍ବୁଲାନ୍ସ ଯୋଗେ ପରିବାର ଲୋକ କୋରାପୁଟ ଯିବା ସମୟରେ ଜୟପୁର ପହଞ୍ଚିବାର ୩ କିଲୋମିଟର ଦୂରରେ ଗୀତାଞ୍ଜଳି ଅଧିକ ଗୁରୁତର ଜଣାପଡ଼ିଥିଲେ।

ଶେଷରେ ତାଙ୍କୁ ଜୟପୁରସ୍ଥିତ ଏକ ଘରେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ମୃତ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମସ୍ତଙ୍କର ମୁହଁରେ ଏବେ ସୁହାନୀ ପାଇଁ ଚିନ୍ତା।

ମା"ଙ୍କୁ ହରାଇଥିବା ସୁହାନୀ କେମିତି ବଡ଼ ହେବ?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)