Accident: ନାତୁଣୀର ଜନ୍ମଦିନ ପାଳନ କରି ଫେରୁଥିଲେ; ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

Aug 25, 2026 - 17:08
Accident: ନାତୁଣୀର ଜନ୍ମଦିନ ପାଳନ କରି ଫେରୁଥିଲେ; ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

"ତାଳଚେର (ବିକାଶ ଚନ୍ଦ୍ର ସାହୁ): ନାତୁଣୀର ଜନ୍ମଦିନ ପାଳନ କରି ଫେରୁଥିବା ସମୟରେ ଅନୁଗୁଳ ଜିଲ୍ଲା ତାଳଚେର ଥାନା ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ସ୍କୁଟି ଆରୋହୀ ଦମ୍ପତିଙ୍କୁ ଶକ୍ତ ଧକ୍କା ଦେଇଛି।

ଦୁର୍ଘଟଣାର ଶିକାର ହୋଇଥିବା ମହିଳା ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି।

ସ୍ୱାମୀ ଗୁରୁତର ହୋଇଛନ୍ତି।

ମୃତ ମହିଳା ସାବିତ୍ରୀ ବେହେରା (୪୫)।Advertisment ସ୍କୁଟି ଆରୋହୀ ଦମ୍ପତି ଭୁବନେ ବେହେରା ଏବଂ ସାବିତ୍ରୀଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଧୀନ କଂସରା ଗାଁର ବାସିନ୍ଦା।

ଭୁବନେ ବେହେରା କାମାକ୍ଷାନଗରର ପଶୁ ଚିକିତ୍ସାଳୟରେ ସହାୟକ ଭାବେ କାର୍ଯ୍ୟରତ ଅଛନ୍ତି।

ଦମ୍ପତି ନାତୁଣୀର ଜନ୍ମଦିନରେ ନିଜ ଗାଁକୁ ଯୋଗଦେବାକୁ ଯାଇ ଫେରୁଥିବା ବେଳେ ଆଜି ଚାଇଁପାଳ ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ।

ତାଳଚେର ଦେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଯାଉଥିବା ବେଳେ ଚାଇଁପାଳ ଠାରେ ଘଟିଥିଲା ଦୁର୍ଘଟଣା।

ଘଟଣାସ୍ଥଳରେ ସାବିତ୍ରୀ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଭୁବନ ବେହେରା ଆହତ ହୋଇଛନ୍ତି।

ତାଳଚେର ପୁଲିସ  ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି  ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ପୁଲିସ ଶବକୁ ଜବତ କରି ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଅପରପକ୍ଷରେ ଦୁର୍ଘଟଣା ହେବା ପରେ ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଥିଲା।

ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Accident: ଗ୍ରାଫାଇଟ କାରଖାନା ସାମ୍ନାରେ ଅଟୋ-ପିକଅପ୍‌ ଭ୍ୟାନ୍‌ ଦୁର୍ଘଟଣା; ୯ ଜଣ ଆହତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)