Accident: ଟ୍ରକ୍ ଧକ୍କାରେ ଆରଏସପି କର୍ମଚାରୀଙ୍କ ମୃତ୍ୟୁ, ଘରୁ ବାଇକରେ ଡ୍ୟୁଟି ଯାଉଥିଲେ
"ରାଉରକେଲା: ଆଜି ସକାଳ ପ୍ରାୟ ସାଢେ ୫ଟା ରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି )କୁ ଏ ସିଫ୍ଟ ରେ ଡ୍ୟୁଟି ଯାଉଥିଲା ବେଳେ ଟ୍ରକ୍ ଧକ୍କାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ଜଳଦା ସି ବ୍ଲକର ଲିଓନାର୍ଡ ଲାକ୍ରା (୫୮)l ସେ ନ୍ୟୁ ହଟ ଷ୍ଟ୍ରିପ ମିଲରେ କାମ କରୁଥିଲେ l ଜଳଦା ଫାଣ୍ଡି ପୁଲିସ ଶବ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି lAdvertisment ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକ ଜବତ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକ ଜବତ କରି ଘଟଣାର ତଦନ୍ତ ଚଳାଇଛି l ଲିଓନାର୍ଡ ପ୍ରତିଦିନ ପରି ଆଜି ବାଇକରେ ଡ୍ୟୁଟି ଯାଉଥିଲେ l ଏଲ ଆଣ୍ଡ ଟି ଗେଟ ସମ୍ମୁଖରେ ୧୪୩ ନମ୍ବର ଜାତୀୟ ରାଜପଥରେ ଆରଏସପି ପଶୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା l Death: ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।