Accident: ସୁନାବେଶ ଦେଖି ଫେରୁଥିବା ବେଳେ ଅଘଟଣ: କାର୍–ତେଲ ଟ୍ୟାଙ୍କର୍ ମୁହାଁମୁହିଁ ଧକ୍କା, ୬ ଗୁରୁତର
"ପୁରୁଣାକଟକ: ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାରିଙ୍ଗ ନିକଟରେ ଏକ ମର୍ମନ୍ତୁଦ ସଡକଦୁର୍ଘଟଣାଘଟିଛି ।
ଏକ କାର ଓ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାରରେ ଥିବା ୬ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।
Advertisment ସୂଚନା ଅନୁଯାୟୀ ବୌଦ୍ଧ ପଟରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପେଟ୍ରୋଲ ଟ୍ୟାଙ୍କର ଓ ପୁରୀରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା କାର ସହ ଧକ୍କା ହୋଇଥିଲା।
ଫଳରେ କାରଟି ୨୦ ଫୁଟ ରାସ୍ତା ତଳକୁ ଖସିଥିବା ବେଳେ କାରରେ ଥିବା ସମସ୍ତ ୬ ଜଣ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ଆଡନିଗଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ବେହେରା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୧୦୮ ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତଙ୍କୁ ପ୍ରଥମେ ଆଡନିଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା ।
ସେଠାରେ ଝିଲି ମହାପାତ୍ର (୪୧) ଓ ରାମକୃଷ୍ଣ ମହାପାତ୍ର (୪୭) ଆଦି ଦୁଇ ଜଣଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।
ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ଦୁର୍ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାନବାହନ ଚଳାଚଳ ସ୍ୱାଭାବିକ ଘଟଣା ତଦନ୍ତ ଚାଲିଥିବା ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ ମୁନୀ ସୂଚନା ଦେଇଛନ୍ତି ।
Kargil Vijay Diwas: କାର୍ଗିଲ ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରଦ୍ଧାଞ୍ଜଳି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।