Accident: ମୁମ୍ବାଇରେ ସ୍କୁଲ୍‌ ଭ୍ୟାନ୍‌ ଉପରେ ଗଛ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ, ୫ ଜଣ ଆହତ

Jun 30, 2026 - 19:32
Accident: ମୁମ୍ବାଇରେ ସ୍କୁଲ୍‌ ଭ୍ୟାନ୍‌ ଉପରେ ଗଛ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ, ୫ ଜଣ ଆହତ

"ମୁମ୍ବାଇ: ମୁମ୍ବାଇରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ଏକ ସ୍କୁଲ୍‌ ଭ୍ୟାନ୍‌ ଉପରେ ଗଛ ପଡ଼ିଯିବା ଫଳରେ ଜଣେ ୧୧ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ ଛାତ୍ର ଆହତ ହୋଇଛନ୍ତି।

ମୁମ୍ବାଇର ଚେମ୍ବୁରରେ ଆଜି ଏହି ଘଟଣା ଘଟିଛି।

ସ୍କୁଲ୍‌ ଭ୍ୟାନ୍‌ରେ ମୋଟ୍‌ ୧୮ ଜଣ ଥିଲେ ଏବଂ ସେମାନେ ସମସ୍ତେ ତିଲକ ନଗର ୟୁନିଭର୍ସାଲ ସ୍କୁଲ୍‌ର ଛାତ୍ର।Advertisment ଅପରାହ୍ନ ପ୍ରାୟ ୨.୫୦ ସମୟରେ ଏହି ଘଟଣା ଘଟିଛି।

ଜୋନ୍‌ ୬ ଡିସିପି ସମୀର ଶେଖ୍‌ କହିଛନ୍ତି, ମୃତ ଛାତ୍ରଙ୍କ ନାଁ ବିହାନ ଶ୍ରୀବାସ୍ତବ।

ତାଙ୍କୁ ହସ୍ପିଟାଲରେ ଡାକ୍ତରମାନେ ମୃତ ଘୋଷଣା କରିଛନ୍ତି।

୧୮ ଜଣଙ୍କ ମଧ୍ୟରୁ ୧୨ ଛାତ୍ରଙ୍କୁ ଗାଡ଼ିରୁ ଉଦ୍ଧାର କରି ଘରକୁ ପଠାଯାଇଛି।

୫ ଜଣ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।

ଅନ୍ୟ ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।

ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦାମା‌ନେ ଅଭିଯୋଗ କରିଛନ୍ତି ଯେ ଗଛଟିକୁ କାଟିବାପାଇଁ ଆମେ ପୂର୍ବରୁ ବିଏମ୍‌ସିକୁ ବାରମ୍ବାର ଅନୁରୋଧ କରିଥି‌ଲେ ସୁଦ୍ଧା ଏଥିପ୍ରତି କର୍ଣ୍ଣପାତ କରାଯାଇନି।

ଉଲ୍ଲେଖଯୋଗ୍ୟ ଯେ ମୁମ୍ବାଇରେ ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି ପାଇଁ ମଧ୍ୟ ମୁମ୍ବାଇରେ ପ୍ରବଳ ବର୍ଷା ‌ହେବ ବୋଲି ଆକଳନ କରିଛି।

ପଞ୍ଜାବ: ସ୍କୁଲ୍‌ ଭ୍ୟାନ୍‌ରେ ଲାଗିଗଲା ନିଆଁ, ୪ ଛାତ୍ରଛାତ୍ରୀ ମୃତ "