Accident: ବୋଲେରୋ ଧକ୍କାରେ ଜଣେ ମୃତ , ୨ ଆହତ
"ଟାଙ୍ଗରପାଲି: ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ଛଟେନପାଲିଠାରେ ରବିବାର ଅପରାହ୍ନରେ ଏକ ବୋଲେରୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି l ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଇଛନ୍ତି l ସୂଚନା ମୁତାବକ ରବିବାର ଅପରାହ୍ନରେ କୁଆଁରବଗା ଗ୍ରାମର ତିନିଜଣ ଯୁବକ ଏକ ବାଇକରେ ଲେଫ୍ରିପଡା ପଟକୁ ଯାଉଥିଲେ lAdvertisment ଆହୁରି ପଢନ୍ତୁ: GDP: "ଜିଡିପି ଅଭିବୃଦ୍ଧି ୬.୮% ଭିତରେ ରହିବ" ହେଲେ ବାଟରେ ଛଟେନପାଲିଠାରେ ତାଙ୍କୁ ପଛପଟୁ ଏକ ବୋଲେରୋ ଧକ୍କା ଦେଇଥିଲା l ଫଳରେ ଘଟଣାସ୍ଥଳରେ ଜଣେ ଯୁବକର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ୨ ଜଣ ଆହତ ହୋଇଥିଲେ l ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି l ସ୍ଥାନୀୟ ଲୋକଙ୍କ ଅନୁସାରେ ଦୁର୍ଘଟଣା ଘଟଇଥିବା ବୋଲେରୋ ଡ୍ରାଇଭର ନିଶାସକ୍ତ ଥିଲା l ଯାହାକି ଦୁର୍ଘଟଣାର କାରଣ ସାଜିଥିଲା l ପରେ ଘଟଣାସ୍ଥଳରେ ଲେଫ୍ରିପଡା ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି | "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।