Accident: ପଥଚାରୀଙ୍କୁ ଧକ୍କା ଦେଲା ବାଇକ୍ ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Jul 08, 2026 - 10:54
Accident: ପଥଚାରୀଙ୍କୁ ଧକ୍କା ଦେଲା ବାଇକ୍ ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

"ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ବିଜୁ ଏକ୍ସପ୍ରେସ ୱେ ଭଷ୍ମା ଥାନାବଡ଼ବାହାଲ ନିକଟରେ ଏକବା ବାଇକ୍ ୨ ପଥଚାରୀଙ୍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଥିରେ ବାଇକ୍ ଚାଳକଙ୍କ ସମେତ  ୩ ଗୁରୁତର ଆହତ ହୋଇଥିଲେ।

ସୂଚନା ପାଇ ଭଷ୍ମା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପୁଲିସ ଗାଡ଼ିରେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Advertisment ଛିଟକି ପଡ଼ିଥିଲେ ଚାଳକ ଚାଳକ ଅତି ବେପରୱା ଭାବେ ଦ୍ରୁତଗତିରେ ବାଇକ (ଓଡି ୧୬କେ-୬୮୭୯) ଚଲାଇ ଆସି ବଡ଼ବାହାଲ ରାସ୍ତାକଡ଼ରେ ଚାଲି ଚାଲି ଯାଉଥିବା ୨ ପଥଚାରୀଙ୍କୁ ଧକ୍କା ଦେବା ପରେ ନିଜେ ଛିଟକି ପଡ଼ିଥିଲେ।

୩ ଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିବାବେଳେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।