Accident: ପତ୍ନୀଙ୍କୁ ମେଡିକାଲରେ ଛାଡ଼ି ଫେରୁଥିଲେ, ଦୁର୍ଘଟଣାରେ ସ୍ୱାମୀ ଗୁରୁତର
"ବାଲିପାଟଣା: ରାଜଧାନୀ ଉପକଣ୍ଠ ସରଦେଇପୁର-ନିମାପଡ଼ା ରାସ୍ତାର ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପତ୍ନୀଙ୍କୁ ଛାଡ଼ି ଫେରୁଥିବା ସମୟରେ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି | ସେ ହେଲେ ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ ଜିତେନା ଗ୍ରାମର କୁଞ୍ଜ ଜେନା ( ୬୫ )|Advertisment ଭାରସାମ୍ୟ ହରାଇ ରାସ୍ତାରେ ଛିଟିକି ପଡ଼ିଥିଲେ ସୂଚନା ଅନୁସାରେ କୁଞ୍ଜଙ୍କ ପତ୍ନୀ ଆଶା କର୍ମୀ ଭାବେ କାମ କରନ୍ତି | ସେ ତାଙ୍କ ସ୍କୁଟିରେ ପତ୍ନୀଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାଡ଼ି ଘରକୁ ଫେରୁଥିଲେ | ବାଲିପାଟଣା ଛକ ଅଭିମୁଖେ ଯାଉଥିବା ବେଳେ ବାଞ୍ଛା ଗଡିଆ ନିକଟରେ ରାସ୍ତାରେ ଥିବା ଏକ ବିରାଟ ଖାଲରେ କୁଞ୍ଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ | ଗାଡ଼ିରୁ ଭାରସାମ୍ୟ ହରାଇ ରାସ୍ତାରେ ଛିଟିକି ପଡ଼ିବା ଫଳରେ ତାଙ୍କ ମୁଣ୍ଡ ପଛ ଭାଗରେ ଗଭୀର ଆଘାତ ଲାଗିଥିବା ବେଳେ ନାକ ଏବଂ ମୁହଁ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା| ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ବାଲିପାଟଣାପଠାଇ ଦିଆ ଯାଇଥିବା ଜଣା ପଡିଛି | ବାଲିପାଟଣା ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି | Encounter: ବ୍ରଜରାଜନଗର ପୁଲିସର ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଆହତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।