Accident: ଖୁଣ୍ଟାପଡା-ତେଲକୋଇ ରାସ୍ତାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ଯାତ୍ରୀ ଆହତ
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଖୁଣ୍ଟାପଡା-ତେଲକୋଇ ପୂର୍ତ୍ତ ରାସ୍ତାରେ ଆଜି ସକାଳୁ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସମସ୍ତ ଆହତଙ୍କୁ ଅଗ୍ନିଶମବାହିନୀ ଓ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment ଧକ୍କା ପରେ ବସଟି ଅଟକି ରହିଯାଇଥିଲା ମିଳିଥିବା ସୂଚନା ଅନୁଯାୟୀ ଦୁର୍ଗାମାଧବ ନାମକ ଏକ ଘରୋଇ ବସ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ଅଞ୍ଚଳରୁ ପ୍ରତିଦିନ ସକାଳେ କେନ୍ଦୁଝର ଅଭିମୁଖେ ଯାତ୍ରା କରିଥାଏ।
ଆଜି ସକାଳ ପ୍ରାୟ ୭ଟା ବେଳେ ଖୁଣ୍ଟାପଡା-ତେଲକୋଇ ପୂର୍ତ୍ତ ରାସ୍ତା ଦେଉଳଡିହା ଛକ ନିକଟରେ ଡ୍ରାଇଭର ପାର୍ଶ୍ଵ ଆଗ ଟାୟାର ଫାଟି ଯିବାରୁ ବସଟି ରାସ୍ତା କଡ଼ରେ ଥିବା ଗଛରେ ଧକ୍କା ହୋଇଥିଲା।ଫଳରେ ଗାଡ଼ିରେ ଥିବା ୪୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ପାଖାପାଖି ଆହତ ହୋଇଛନ୍ତି।
ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଗଛରେ ଧକ୍କା ପରେ ବସଟି ଅଟକି ରହିଯାଇଥିଲା।
Massive corruption: ଯଉଦିଆ ଲୁଣା ଜଙ୍ଗଲ ସୃଷ୍ଟି ନାଁରେ ମହାଦୁର୍ନୀତି: ଖର୍ଚ୍ଚ କୋଟିଏ, ୩୦% ଗଛ ବି ନାହିଁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
