Accident: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ବସ୍‌-କାର୍‌ ଧକ୍କା: ୫ ମୃତ, ୮ ଆହତ

Jul 01, 2026 - 10:49
Accident: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ବସ୍‌-କାର୍‌ ଧକ୍କା: ୫ ମୃତ, ୮ ଆହତ

"ଉନ୍ନାଓ: ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି।

ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ହରିୟାଣାରୁ ବିହାର ଯାଉଥିବା ଏକ ଘରୋଇ ସ୍ଲିପର୍ ବସ୍ ଏକ କାରକୁ ଧକ୍କା ଦେଇ ଓଲଟି ପଡ଼ିଛି।

ବୁଧବାର ଭୋର ୪ଟା ୩୦ ସମୟରେ ଦୁର୍ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି।

ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି, ବସ୍‌ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିଲା।

ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ଅଛନ୍ତି।

ପୁଲିସ୍‌ ସୂଚନା ଅନୁଯାୟୀ କାର୍‌ରେ ଥିବା ୫ ଯାତ୍ରୀ ଧୁନମୁନ୍‌ (୬୦), ଅଞ୍ଜୁ (୪୦) ଓ ଦୁଇ ଶିଶୁ ଦିବ୍ୟ (୬) ଓ ଅମ୍ରିତା (୧୩) ଓ ଡ୍ରାଇଭର ବିନୋଦ (୪୫) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୬୫ କିଲୋମିଟର ଦୂରରେ ବାଙ୍ଗରମାଉଠାରେ ଘଟିଥିଲା।Advertisment ବସ୍‌ରେ ୭୦ କାର୍‌ରେ ୯ଜଣ ଯାତ୍ରୀ  ପୁଲିସର ସୂଚନା ଅନୁଯାୟୀ, ବାବା ଟ୍ରାଭେଲର୍ ଦ୍ୱାରା ପରିଚାଳିତ ଓ ହରିୟାଣାର ଝାଜ୍ଜରରୁ ବିହାରର ନାଳନ୍ଦା ଯାଉଥିବା ଏକ ଦ୍ରୁତଗାମୀ ସ୍ଲିପର୍ ବସ୍ ନିୟନ୍ତ୍ରଣ ହରାଇ ପଛରୁ ଏକ ଏର୍ଟିଗା କାରକୁ ଧକ୍କା ଦେଇଥିଲା।

ଜୋରଦାର ଧକ୍କା ଯୋଗୁ କାରଟି ଖଣ୍ଡ ବିଖଣ୍ଡିତ ହୋଇ ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ଟାଣି ହୋଇଯାଇଥିଲା ଓ ପରେ ବସ୍‌ଟି ରାସ୍ତାକଡ଼ର କ୍ରାସ୍ ବାରିୟର ଭାଙ୍ଗି ଏକ୍ସପ୍ରେସ୍‌ୱେରୁ ଖସି ପଡ଼ି ରାସ୍ତାକଡ଼ର ଏକ ଖାଲରେ ଓଲଟି ପଡ଼ିଥିଲା।

ପ୍ରତ୍ୟକ୍ଷଦର୍ଶୀମାନେ ପୁଲିସକୁ ଖବର ଦେଇଥିଲେ, ଯାହା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ବାଙ୍ଗରମାଉ ସର୍କଲ ଅଫିସର ହର୍ଷ ମୋଦୀ କହିଛନ୍ତି ଯେ, ବସ୍‌ଟି ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା, ଯେତେବେଳେ କାର୍‌ରେ ୯ ଜଣ ଯାତ୍ରା କରୁଥିଲେ।

କାର୍‌ର ଚାରି ଜଣ ଯାତ୍ରୀ ଓ ବସ୍‌ରେ ଥିବା ଚାରି ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଗୁରୁତର ଆହତମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି।

ପୁଲିସ ସବୁ ଦିଗରୁ ତଦନ୍ତ କରୁଛି।

Airstrike: ପାକିସ୍ତାନକୁ ଆଫଗାନିସ୍ତାନର କଡ଼ା ଜବାବ: ବେଲୁଚିସ୍ତାନରେ ଆଇଏସଆଇଏସ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ "