AC: ଏସି ପାଇଁ ଲଗାନ୍ତୁ ପେଡେଷ୍ଟାଲ୍‌ ଫ୍ୟାନ୍‌

Jun 04, 2026 - 08:19
AC: ଏସି ପାଇଁ ଲଗାନ୍ତୁ ପେଡେଷ୍ଟାଲ୍‌ ଫ୍ୟାନ୍‌

ଗ୍ରୀଷ୍ମ ଆସିଲେ ଲୋକେ ଏସି ଖୋଜନ୍ତି। ଘରେ ଥିେଲ ବି ଥଣ୍ଡା ପାଇଁ ପୁଣି ନୂଆ ଏସି କିଣିବାର ଯୋଜନା କରନ୍ତି। ଘରର ବିଦ୍ୟୁତ୍‌ ବିଲ୍‌ ଦୁଇଗୁଣା ହୋଇଯାଏ। ତେବେ ଏମିତି ଏକ ଫ୍ୟାନ୍‌ ଅଛି, ଯାହା ଆପଣଙ୍କ ଏହି ସମସ୍ୟାର ସମାଧାନ କରିପାରିବ। ଏଣୁ ନୂଆ ଏସି ନ କିଣି ଏକ ପେଡେଷ୍ଟାଲ୍‌ ଫ୍ୟାନ୍‌ ଘରକୁ ଆଣନ୍ତୁ। ଏହାର ଦାମ୍‌ ଏସି ଠାରୁ ବହୁତ୍ କମ୍‌। ଆପଣ ଭାବୁଥିବେ ଫ୍ୟାନ୍‌ କେମିତି ଏସିକୁ ସାହାଯ୍ୟ କରିବ? ଆସନ୍ତୁ, ଜାଣିବା।
ଏୟାର୍‌ କଣ୍ଡିସନର୍‌ ଘରକୁ ଥଣ୍ଡା କଲାବେ‌େଳ କମ୍ପ୍ରେସର୍‌ ବନ୍ଦ କରିବାକୁ କିମ୍ବା ବିଜୁଳି ବଞ୍ଚାଇବାକୁ ନିଜ ଟେମ୍ପରେଚର୍‌ ସେନ୍‌ସର୍‌ ଉପରେ ନିର୍ଭର କରିଥାଏ। ତେବେ ଥଣ୍ଡା ପବନ ସବୁବେଳେ ଗରମ ପବନ ଅପେକ୍ଷା ଭାରୀ। ଏହି ସମସ୍ୟା ପାଇଁ ଥଣ୍ଡା ପବନ ଏସି ୟୁନିଟ୍‌ ପାଖରେ ଜମା ହୋଇ କୋଠରିର ଉପର ଅଂଶ ଗରମ ରହିଥାଏ। ଏହାର ସେନ୍‌ସର୍‌ ସମ୍ପୂର୍ଣ୍ଣ କୋଠରି ଥଣ୍ଡା ହେବା ପୂର୍ବରୁ ନିଜ ସମୟ ଅନୁସାରେ କମ୍ପ୍ରେସର୍‌କୁ ବନ୍ଦ କରିଦିଏ। ତେବେ ପେଡେଷ୍ଟାଲ୍‌ ଫ୍ୟାନ୍‌ କୋଠରିର ବାୟୁକୁ ଲଗାତାର ଗତିଶୀଳ ରଖେ। ଏହା‌ କୋଠରିରେ ଥଣ୍ଡା ଓ ଗରମ ପବନକୁ ଭଲଭାବେ ମିଶ୍ରଣ କରେ। ଫଳରେ ପୂରା କୋଠରି ଥଣ୍ଡା ନ ହେବା ଯାଏ କମ୍ପ୍ରେସର୍‌ ଚାଲିଥାଏ ଏବଂ ଏସିର ଓଭର୍‌ଲୋଡ୍‌ ରନ୍‌ଟାଇମ୍‌ କମିଯାଏ। ତେବେ କଥା ହେଲା, ଆପଣଙ୍କୁ ପେଡେଷ୍ଟାଲ୍‌ ଫ୍ୟାନ୍‌ର ସଠିକ୍‌ ସ୍ଥିତି ଜାଣିବା ଆବଶ୍ୟକ। ପେଡେଷ୍ଟାଲ୍‌ ଫ୍ୟାନ୍‌କୁ କେବେ ସିଧା ଏସି ତଳେ ରଖିବା ଅନୁଚିତ। ଏହାକୁ ସବୁବେଳେ ଏସିର ବିପରୀତ ପାର୍ଶ୍ୱରେ ରଖନ୍ତୁ, ଯେମିିତି ଫ୍ୟାନ୍‌ର ବାୟୁ ପ୍ରବାହ ଏସିରୁ ସିଧା ବାହାରୁଥିବା ଥଣ୍ଡା ପବନକୁ ଛେଦ କରିବ।

Eye, captured on camera: କିମାଶ୍ଚର୍ଯ୍ୟମ୍‌: ଆଖିକୁ ଅଦୃଶ୍ୟ, କ୍ୟାମେରାରେ ଆବଦ୍ଧ

 
ଏକ ପେଡେଷ୍ଟାଲ୍‌ ଫ୍ୟାନ୍‌ ରୁମ୍‌ରେ ୱିଣ୍ଡ-ଚିଲ୍‌ଡ ଇଫେକ୍‌ଟ ସୃଷ୍ଟି କରେ। ଏହାଦ୍ବାରା ଆପଣ ବିଜୁଳି ବ୍ୟବହାର ହ୍ରାସ କରିପା‌ରିବେ। ଏସି ଥର୍ମୋଷ୍ଟାଟ୍‌କୁ ୨ରୁ ୩ ଡିଗ୍ରି ଅଧିକ ସେଟ୍‌ କରିପାରିବେ। ଏସି ତାପମାତ୍ରାରେ ପ୍ରତ୍ୟେକ ଡିଗ୍ରି ବଢ଼ାଇବା ଅର୍ଥ ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ ସଞ୍ଚୟ। ଏହି ଦୁଇଟି ଉପକରଣକୁ ଏକାଠି ଚଲାଇଲେ କମ୍‌ ଖର୍ଚ୍ଚ ହେବ।

Tapaswini Express: ମହଙ୍ଗା ମାଡ଼, ଜଗିରଖି ଘର ଚଳାନ୍ତୁ


 ଧରନ୍ତୁ, ଆପଣ ସାଧାରଣତଃ ୨୪ ଡିଗ୍ରିରେ ଏସି ଚଲାଉଛନ୍ତି। ଆପଣଙ୍କ ରୁମ୍‌ ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗୁଛି। ଏବେ ଭାବନ୍ତୁ, ଆପଣ ଆପଣଙ୍କ ଏସିକୁ ୨୬ ଡିଗ୍ରିରେ ସେଟ୍‌ କରି ରୁମ୍‌ର ସଠିକ୍‌ ସ୍ଥାନରେ ଏକ ପେଡେଷ୍ଟାଲ୍‌ ଫ୍ୟାନ୍‌ ରଖିଛନ୍ତି। ଏହି ଗତିଶୀଳ ବାୟୁ ଶୀଘ୍ର ଥଣ୍ଡା ବାୟୁ ପ୍ରଦାନ କରିବ। ଏହି ସରଳ କୌଶଳ କେବଳ ଆପଣଙ୍କ ରୁମ୍‌ର କୁଲିଂ ଟାଇମ୍‌ କମାଇବ ନାହିଁ, ବରଂ ଆପଣଙ୍କ ବିଜୁଳି ବ୍ୟବହାରକୁ ମଧ୍ୟ ଯଥେଷ୍ଟ କମାଇବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।