Abhishek Sharma Explosive Double Century: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ପ୍ରତ୍ୟାବର୍ତ୍ତନ, ମାତ୍ର ୯୧ ବଲରେ ୨୩୩ ରନ୍

Aug 02, 2026 - 17:09
Abhishek Sharma Explosive Double Century: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ପ୍ରତ୍ୟାବର୍ତ୍ତନ, ମାତ୍ର ୯୧ ବଲରେ ୨୩୩ ରନ୍

ଆନ୍ତର୍ଜାତୀୟ କ୍ରିକେଟରେ ଖରାପ ଫର୍ମରେ ଥିବା ଅଭିଷେକ ଶର୍ମା ଘରୋଇ କ୍ରିକେଟରେ ଦେଖାଇଛନ୍ତି ବିସ୍ଫୋରକ ବ୍ୟାଟିଂ। ମାତ୍ର ୯୧ ବଲରେ ୨୩୩ ରନ୍ କରି ସେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। 

ପଞ୍ଜାବ ଇଣ୍ଟର-ଡିଷ୍ଟ୍ରିକ୍ଟ ସିନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅମୃତସର ଦଳ ପକ୍ଷରୁ ଖେଳୁଥିବା ଅଭିଷେକ ଶର୍ମା ତାରନ ତାରନ ବିପକ୍ଷରେ ଖେଳିଛନ୍ତି ଏକ ଅବିଶ୍ୱସନୀୟ ଇନିଂସ। ସେ ମାତ୍ର ୯୧ଟି ବଲରେ ୨୩୩ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ଥିଲା ୧୩ଟି ଚୌକା ଓ ୨୫ଟି ଛକା। ତାଙ୍କର ଷ୍ଟ୍ରାଇକ୍ ରେଟ୍ ଥିଲା ୨୫୬.୦୪।

ଏହି ବିସ୍ଫୋରକ ପାଳି ପରେ ସ୍କୋରକାର୍ଡ ଓ ବ୍ୟାଟିଂର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ କ୍ରିକେଟରେ ସଂଘର୍ଷ କରୁଥିବା ଅଭିଷେକଙ୍କ ପାଇଁ ଏହି ଇନିଂସ ଆତ୍ମବିଶ୍ୱାସ ଫେରାଇ ଆଣିପାରେ ବୋଲି କ୍ରିକେଟ ପ୍ରେମୀମାନେ ଆଶା କରୁଛନ୍ତି।

ଚଳିତ ବର୍ଷ ଜିମ୍ବାୱେ ଗସ୍ତରେ ସେ ୩ଟି ଟି-୨୦ ମ୍ୟାଚରେ ମାତ୍ର ୧୧ ରନ୍ କରିଥିଲେ। ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜରେ ମଧ୍ୟ ତାଙ୍କ ବ୍ୟାଟରୁ ବଡ଼ ସ୍କୋର ଆସିନଥିଲା। ଗତ ୧୦ଟି ଟି-୨୦ ଆନ୍ତର୍ଜାତୀୟ ଇନିଂସରେ ସେ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି।

ବିଶେଷ କରି ଅଫ୍-ଷ୍ଟମ୍ପ ବାହାରେ ଦ୍ରୁତ ବୋଲିଂ ବିରୋଧରେ ତାଙ୍କ ଦୁର୍ବଳତା ବାରମ୍ବାର ସାମ୍ନାକୁ ଆସୁଛି। ତେବେ ଘରୋଇ କ୍ରିକେଟରେ ଏହି ବିସ୍ଫୋରକ ଦ୍ୱିଶତକ ପରେ ଅଭିଷେକ ଶର୍ମା ପୁଣିଥରେ ପୁରୁଣା ଲୟକୁ ଫେରିବେ ବୋଲି କ୍ରିକେଟ ମହଲରେ ଆଶା ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।