Abhijit Deepak: ଅଭିଜିତ୍ ଦୀପକେଙ୍କୁ ତୁରନ୍ତ ଗିରଫ କରାଯାଉ: ଲିଖିତ ଅଭିଯୋଗ ଦାଖଲ କଲେ ଫୈଜାନ୍
"ନୂଆଦିଲ୍ଲୀ: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଫୈଜାନ୍ ଅନସାରୀ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ବିରୋଧରେ ଦିଲ୍ଲୀ ପୁଲିସରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।
ଫୈଜାନ୍ ଅନସାରୀ ଅଭିଯୋଗ କରିଛନ୍ତି ଯେ, ପୁଣେ ଏବଂ ଔରଙ୍ଗାବାଦରେ ଦୀପକେଙ୍କ ସମର୍ଥକମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ।Advertisment ସେ ଦିଲ୍ଲୀ ପୁଲିସକୁ ଏହି ମାମଲା ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଜିତ୍ ଦୀପକେଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ଏହି ଘଟଣାଗୁଡ଼ିକ ସହିତ ଜଡିତ ଦୁଇଟି ମାମଲା ପୂର୍ବରୁ ପଞ୍ଜିକୃତ ହୋଇଛି ବୋଲି ଫୈଜାନ୍ କହିଛନ୍ତି।
ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ପୁଲିସକୁ ସଲାମ କରୁଛି କାରଣ ସୋନମ ୱାଙ୍ଗଚୁକଙ୍କୁ ସଠିକ୍ ସମୟରେ ଅଟକ ରଖାଯାଇଥିଲା।
ଯାହା ଯୋଗୁଁ ଦିଲ୍ଲୀର ପରିସ୍ଥିତି ଖରାପ ହେବାରୁ ରକ୍ଷା ପାଇଥିଲା।
ଯେକୌଣସି ଦଳ ବିରୋଧରେ ସ୍ୱର ଉଠାଇବ: ଅଭିଜିତ୍ ଅଭିଜିତ୍ ନିଜ ସ୍ୱାର୍ଥ ପାଇଁ ସବୁକିଛି କରୁଥିବା ସେ ଅଭିଯୋଗ କରିଛନ୍ତି।ଅପରପକ୍ଷରେ ଅଭିଜିତ୍ କହିଛନ୍ତି ଯେ, ତାଙ୍କ ସଂଗଠନ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମାଲୋଚନା କିମ୍ବା ପକ୍ଷ ରଖିବା ପାଇଁ କାମ କରେ ନାହିଁ।
ଯଦି କୌଣସି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଛାତ୍ରମାନେ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ତାଙ୍କ ସଂଗଠନ କ୍ଷମତାରେ ଥିବା ଯେକୌଣସି ଦଳ ବିରୋଧରେ ସ୍ୱର ଉଠାଇବ।
ମୁଖ୍ୟମନ୍ତ୍ରୀ କିମ୍ବା ଶିକ୍ଷାମନ୍ତ୍ରୀ ଯେଉଁ ଦଳର ହୁଅନ୍ତୁ ନା କାହିଁକି, ସେମାନଙ୍କୁ ଛାତ୍ରଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ପଡିବ।
Zelensky: ମିଳିଲାନି ପାଟ୍ରିଅଟ୍: ଆମେରିକାରେ ଅବସ୍ଥାପିତ ୟୁକେନ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲେ ଜେଲେନସ୍କି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।