AAP in Rayagada ରାଜ୍ୟରେ ବିକଳ୍ପ ସରକାର କରିବ ଆମ ଆଦମୀ ପାର୍ଟି
"ରାୟଗଡା(ଶିବପ୍ରସାଦ ଦୋରା): ଡବଲ ଇଞ୍ଜିନ୍ ସରକାର ଉପରେ ଲୋକଙ୍କ ଯେଉଁ ଅସ୍ଥା ଥିଲା ତହା ଧୀରେ ଧୀରେ ଭାଙ୍ଗିବାକୁ ବସିଲାଣି।
ବିଜେଡି, କଂଗ୍ରେସ ବହୁ ପୂର୍ବରୁ ବିଫଳ ହୋଇଛନ୍ତି, ବର୍ତ୍ତମାନ ଆମ୍ ଆଦମୀ ପାର୍ଟି (ଆପ୍) ହିଁ ରାଜ୍ୟରେ ଏକ ବିକଳ୍ପ ସରକାର ଦେଇପାରିବ ବୋଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଦୃଢ଼ୋକ୍ତି କରାଯାଇଛି।
Advertisment ରାୟଗଡ଼ା ସର୍କିଟ୍ ହାଉସ୍ରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।
ଏଥିରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ରଙ୍କ ସାମେତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଜନ୍ମେଜୟ ସ୍ୱାଇଁ, ଜିଲ୍ଲା ଲିଗାଲ ସେଲ ସଭାପତି ଗୁରୁ ପ୍ରସାଦ ସାହୁ, ଆଦିବାସୀ ମୋର୍ଚ୍ଚା ସଭାପତି ଟି ସାଙ୍ଗନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ସାମ୍ବାଦିକ ସମ୍ମିଳନୀରେ ନିଶିକାନ୍ତ କହିଛନ୍ତି, ଆଇନଶୃଙ୍ଖଳା ବିପର୍ଯ୍ୟୟ ହେଲାଣି, ମହିଳାଙ୍କ ବିରୋଧରେ ହିଂସା ବଢ଼ିଲାଣି, ବେରୋଜଗାର ବଢ଼ୁଛି, ଆଦିବାସୀଙ୍କ ବିରୋଧରେ ଅତ୍ୟାତାର ବଢ଼ିଲାଣି ଏଣୁ ଓଡିଶାରେ ବିକଳ୍ପ ସରକାର ପାଇଁ ଆମ ଆଦମୀ ପାର୍ଟି ପ୍ରସ୍ତୁତ ହେଉଛି ।
ବିଜେପି ସରକାର ଗତ ୨ବର୍ଷ ଶାସନରେ ଏକ ତିକ୍ତ ଅନୁଭୁତି ଦେଇ ଆସ୍ଥା ହରାଉଛି ଏଣୁ ଆପ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ ଓଡିଶାରେ ଲୋକଙ୍କ ସମସ୍ୟାରେ ଭାଗିଦାର ହୋଇ ସଂଗଠନ ମଜବୁତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏବଂ ଆଗାମି ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଆପ ଦୃଢ଼ତାର ସହ ଲଢ଼ିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ରାୟଗଡା ଜିଲ୍ଲାରେ ଆମ ଆଦମୀ ପାର୍ଟିର ଚାଲିଥିବା ସଦସ୍ୟତା ଅଭିଯାନ, ସଂଗଠନର ଦୃଢ ନିର୍ମାଣ ଦିଗକୁ ଏବଂ ଆଗାମୀ ଦୁଇ ସପ୍ତାହରେ ଜିଲ୍ଲାକୁ କେନ୍ଦ୍ରୀୟ ନେତୃତ୍ୱ ଗସ୍ତର ପୂର୍ବ ପ୍ରସ୍ତୁତିକୁ ସମୀକ୍ଷା କରିବାକୁ ଦଳର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଆଜି ରାୟଗଡାରେ ପହଞ୍ଚିଛନ୍ତି ।
ଆଜି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଦଳୀୟ କର୍ମୀ ମାନେ ଶ୍ରୀ ମହାପାତ୍ରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।
ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ଯୋଗ ଦେଇ ଆପ ଦଳର ସଦସ୍ୟତା ଅଭିଯାନ ରାଜ୍ୟରେ ଦ୍ରୁତ ଗତିରେ ଚାଲିବା ସହ ରାୟଗଡା ଜିଲ୍ଲାରେ ମଧ୍ୟ ଜୋରସୋରରେ ଏହି ଅଭିଯାନ ଚାଲିଥିବା କହିଛନ୍ତି।
ଦଳର ରାଷ୍ଟ୍ରୀୟ ସଭାପତି ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦଳ ଅଧିକ ମଜବୁତ ହେଉଛି।
ଓଡ଼ିଶାରେ ବର୍ତ୍ତମାନ ନେତୃତ୍ୱାଧୀନ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ରାଜ୍ୟରେ ଅରାଜକତା ବୃଦ୍ଧି ପାଇଛି ।
ବିରୋଧୀ ଭୂମିକାରେ ଅନ୍ୟ ଦଳକୁ ଲୋକେ ବିଶ୍ୱାସକୁ ନେଇ ପାରୁ ନଥିବା ବେଳେ ଆପ ଦଳକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ଦେଇ ସ୍ୱାଗତ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।