16 JULY 2026

Welcome!

Unlock your personalized experience.
Sign Up

A bloody struggle over love: ପ୍ରେମକୁ ନେଇ ରକ୍ତାକ୍ତ ସଂଘର୍ଷ: ଆକ୍ରମଣକାରୀ ଯୁବକ ମୃତ, ମହିଳା ଗୁରୁତର

Jul 16, 2026 - 06:55
A bloody struggle over love: ପ୍ରେମକୁ ନେଇ ରକ୍ତାକ୍ତ ସଂଘର୍ଷ: ଆକ୍ରମଣକାରୀ ଯୁବକ ମୃତ, ମହିଳା ଗୁରୁତର

ବଲାଙ୍ଗୀର/ବେଲପଡ଼ା: ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ବଲାଙ୍ଗୀରଜିଲ୍ଲା ବେଲପଡ଼ା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଛୁରାମାଡ଼ କରାଯାଇଛି। ନିଜକୁ ବଞ୍ଚାଇବାକୁ ଯାଇ ମହିଳା ଓ ଅନ୍ୟମାନଙ୍କ ପାଲଟା ଆକ୍ରମଣରେ ପ୍ରେମିକର ମୃତ୍ୟୁ ହୋଇଛି। ମୃତକଜଣକ ମୁରିବାହାଲ ବ୍ଲକ୍‌ ଅନ୍ତର୍ଲା ଗ୍ରାମର ମୁନା ବେହେରା। ଛୁରାମାଡ଼ରେ ଗୁରୁତର ସସ୍ମିତା ମେହେରଙ୍କୁ ବଲାଙ୍ଗୀର ଭୀମ ଭୋଇ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବେଲପଡ଼ା ପୁଲିସ ଘଟଣାର ତଦନ୍ତ ଚଳାଇଛି। 

Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା

ବେଲପଡ଼ା ସାଇନଗର ଅଞ୍ଚଳରେ ସସ୍ମିତା ମେହେରଙ୍କ ବାପଘର। ସେଠାରେ ନାବାଳିକା ଝିଅ ସହ ସସ୍ମିତା ରହନ୍ତି। ଆଜି ଅନ୍ତର୍ଲା ଗ୍ରାମର ମୁନା ହଠାତ୍‌ ସସ୍ମିତାଙ୍କ ଘରେ ପଶି ତାଙ୍କୁ ଧାରୁଆ ଛୁରିରେ ଆକ୍ରମଣ କରିଥିଲା। ନିଜକୁ ବଞ୍ଚାଇବାକୁ ଯାଇ ସସ୍ମିତା ପ୍ରତିରୋଧ କରିଥିଲେ। ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଚାଲିଥିବାବେଳେ ପରିବାର ଲୋକେ ମଧ୍ୟ ମୁନାକୁ ପଥର ଓ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ଉଭୟ ସସ୍ମିତା ଓ ମୁନା ଗୁରୁତର ଆହତ ହୋଇଥିଲେ। ବେଲପଡ଼ା ପୁଲିସ ଦୁହିଁଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଅବସ୍ଥା ଗୁରୁତର ହେବାରୁ ୨ଜଣଙ୍କୁ ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଗୁରୁତର ମୁନାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ଜୁନ୍‌ ୨୯ ତାରିଖରେ ସସ୍ମିତାଙ୍କ ଘରକୁ ମୁନା ଓ ଅନ୍ୟ ୨ ଜଣ ଯାଇଥିଲେ। ଛୁରି ଦେଖାଇ ସସ୍ମିତାଙ୍କ ନାବାଳିକା ଝିଅକୁ ଅପହରଣ ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ପ୍ରତିବାଦ କରିବାରୁ ମୁନା ଓ ଅନ୍ୟମାନେ ଫେରାର ହୋଇ ଯାଇଥିଲେ। ବେଲପଡ଼ା ଥାନାରେ ଅଭିଯୋଗ ପରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ରାଜୀବ ଭୁଏ ଓ ମୁନା ଫେରାର ରହିଥିଲେ। ଫେରାର ଥିଲେ ହେଁ ମୁନା ସାମାଜିକ ଗଣମାଧ୍ୟମରେ ସସ୍ମିତାଙ୍କ ସହ ତାଙ୍କ ସଂପର୍କର ଭିଡିଓ ଭାଇରାଲ୍‌ କରି ଚାଲିଥିଲେ। ତଥ୍ୟ ମୁତାବକ ସସ୍ମିତାଙ୍କ ସ୍ବାମୀ ଓ ମୁନା ମିଶି ଏକ କୁକୁଡ଼ା ଫାର୍ମ କରିଥିଲେ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଥିଲା।

Neglect: ୧୦ ଦିନରେ ୩ ମୃତ୍ୟୁ, ବର୍ଷକରେ ୨୫ ମୃତ

ଏହିକ୍ରମରେ ମୁନା ଓ ସସ୍ମିତାଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ବ୍ୟବସାୟରେ କ୍ଷତି ସହିଥିଲେ ହେଁ ସସ୍ମିତା ଓ ନାବାଳିକା ଝିଅକୁ ନିଜ ଘରେ ନେଇ ରଖିଥିଲେ। ୧୦ ବର୍ଷ ଯାଏଁ ସେମାନେ ଏକାଠି ରହିଥିଲେ। ପରେ ତିକ୍ତତା ଯୋଗୁଁ ସସ୍ମିତା ନାବାଳିକା ଝିଅକୁ ଧରି ବାପଘର ବେଲପଡ଼ା ସାଇନଗରକୁ ଚାଲି ଆସିଥିଲେ। ସସ୍ମିତାଙ୍କୁ ଫେରାଇ ଆଣିବା ପାଇଁ ମୁନା ବହୁ ଉଦ୍ୟମ କରି ବିଫଳ ହୋଇଥିଲେ। ତେଣୁ ନାବାଳିକା ଝିଅକୁ ଅପହରଣ କଲେ ସସ୍ମିତା ତାଙ୍କ ପାଖକୁ ଫେରି ଆସିବେ ବୋଲି ମୁନା ଏଭଳି କାରନାମା ରଚିଥିଲେ। ଫେରାର ଥିବା ବେଳେ ଆଜିର ଘଟଣା ମାମଲାକୁ ସମ୍ବେଦନଶୀଳ କରିଛି। ଘଟଣାର ଦୃଶ୍ୟପଟ, ଛୁରାମାଡ଼ ଓ ପଥର ଆକ୍ରମଣ ପଛରେ କିଏ; ତାକୁ ନେଇ ତଦନ୍ତ ଚାଲିଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ବେଲପଡ଼ା ପୁଲିସ ଘଟଣାର ବିଭିନ୍ନ ଦିଗ ଉପରେ ତର୍ଜମା ଚଳାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।