Welcome!

Unlock your personalized experience.
Sign Up

72nd National Film Awards: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୟାମି ଶ୍ରେଷ୍ଠ ଅଭିନେତ୍ରୀ -କାର୍ତ୍ତିକ ଶ୍ରେଷ୍ଠ ଅଭିନେତା

Jul 18, 2026 - 19:13
72nd National Film Awards: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୟାମି ଶ୍ରେଷ୍ଠ ଅଭିନେତ୍ରୀ -କାର୍ତ୍ତିକ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଶନିବାର ସନ୍ଧ୍ୟାରେ ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଛି। ଜୁରିମାନଙ୍କ ଚର୍ଚ୍ଚା ଚାଲିଥିବାରୁ ଏହି ଘୋଷଣା ପ୍ରାୟ ଦୁଇ ସପ୍ତାହ ବିଳମ୍ବ ହୋଇଛି। ଏହି ମାସର ଆରମ୍ଭରେ ରିପୋର୍ଟ ହୋଇଥିଲା ଯେ ଜୁରି ବିଜେତାମାନଙ୍କୁ ଚୂଡ଼ାନ୍ତ କରିବା ପ୍ରକ୍ରିୟାରେ ଅଛନ୍ତି ଏବଂ କିଛି ସଦସ୍ୟଙ୍କ ପୂର୍ବରୁ ନିଶ୍ଚିତ ହୋଇଥିବା କାମ ଯୋଗୁଁ ଏହି ଘୋଷଣା ବିଳମ୍ବ ହୋଇଛି। ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଅନୁମାନ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। 

ଏହି ପୁରସ୍କାର ସେହି ସିନେମାକୁ ସମ୍ମାନୀତ କରାଯାଇଛି ଯାହାକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସି.ବି.ଏଫ.ସି.) ୨୦୨୪ ଜାନୁଆରି ୧ରୁ  ଡିସେମ୍ବର ୩୧ ମଧ୍ୟରେ ସାର୍ଟିଫିକେଟ ଦେଇଛି। ଏହି ବର୍ଷର ବିଜେତାମାନଙ୍କୁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଜୟରାଜଙ୍କ ନେତୃତ୍ୱରେ ୧୧ ସଦସ୍ୟ ବିଶିଷ୍ଟ ଜୁରି ଦ୍ୱାରା ଚୟନ କରାଯାଇଛି। 

ସିନେମା ‘ଆର୍ଟିକିଲ୍ ୩୭୦’ ପାଇଁ ଶାଶ୍ୱତ ସଚଦେବଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ତେଲୁଗୁ ଚଳଚ୍ଚିତ୍ର ‘କଲକି ୨୮୯୮ ଏଡି’ ପାଇଁ ନୀତିନ ଜିହାନି ଚୌଧୁରୀଙ୍କୁ ଶ୍ରେଷ୍ଠ ପ୍ରଡକ୍ସନ୍ ଡିଜାଇନର୍ ଭାବେ ପୁରସ୍କୃତ କରାଯାଇଛି।  ‘ଭକ୍ଷକ’ରେ ଶ୍ରେଷ୍ଠ ସହାୟକ ଅଭିନେତା ସଞ୍ଜୟ ମିଶ୍ର, ୟାମି ଗୌତମଙ୍କୁ ‘ଆର୍ଟିକିଲ୍ ୩୭୦’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ , ‘ଚାନ୍ଦୁ ଚାମ୍ପିଅନ୍’ ପାଇଁ କ‌ାର୍ତ୍ତିକ ଆର୍ୟନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମିଳିଛି। ମାମୁଟିଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବେ   ‘ଭ୍ରମୟୁଗମ’ ଚଳଚ୍ଚିତ୍ର ପାଇଁ ପୁରସ୍କୃତ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।