22 JULY 2026

Welcome!

Unlock your personalized experience.
Sign Up

500 Fuel Stations: ୫୦୦ ଫ୍ଲେକ୍ସ-ଫୁଏଲ୍‌ ପମ୍ପ ଖୋଲିବ

Jun 04, 2026 - 18:26
500 Fuel Stations: ୫୦୦ ଫ୍ଲେକ୍ସ-ଫୁଏଲ୍‌ ପମ୍ପ ଖୋଲିବ

ନୂଆଦିଲ୍ଲୀ: ଗାଡ଼ି ନିର୍ମାତାମାନେ ଫ୍ଲେକ୍ସ ଫୁଏଲ୍‌ ବା ଇଥାନଲ୍‌ ମିଶା ତେଲରେ ଚାଲୁଥିବା ଗାଡ଼ି ଉନ୍ମୋଚନ କରିବା ପରେ କେନ୍ଦ୍ର ସରକାର ଉତ୍ସାହିତ ହୋଇପଡ଼ିଛନ୍ତି। ଏଭଳି ଗାଡ଼ି ଲାଗି ଦରକାର ହେଉଥିବା ତେଲ ବିକ୍ରି କରିବା ପାଇଁ ସ୍ବତନ୍ତ୍ର ଫ୍ଲେକ୍ସ ଫୁଏଲ୍‌ ପମ୍ପ ସ୍ଥାପନ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏଭଳି ୫୦୦ ଓ ୨୦୨୭ ସୁଦ୍ଧା ୫୦୦୦ ପମ୍ପ ସ୍ଥାପନ କରିବା ଯୋଜନା ରହିଛି ବୋଲି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।ଶ୍ରୀ ପୁରୀଙ୍କ କହିବାନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ପ୍ରମୁଖ ମେଟ୍ରୋ ସହରରେ ୫୦-୧୦୦ ପର୍ଯ୍ୟନ୍ତ ପମ୍ପ ଖୋଲାଯିବ। ଆସନ୍ତା ୧୮ ମାସ ଭିତରେ ସେଭଳି ପମ୍ପ ସଂଖ୍ୟାକୁ ଦ୍ରୁତ ଗତିରେ ବଢ଼ାଯିବ। ବହୁ ଆଗରୁ ଏଭଳି ପମ୍ପ ଖୋଲିବା ଯୋଜନା ଥିଲା। କିନ୍ତୁ ଗାଡ଼ି ନଥିବାରୁ ତେଲ ବିକ୍ରି କରିବାର କିଛି ଅର୍ଥ ନଥିଲା। ଏବେ ଗାଡ଼ି ଆସିଗଲାଣି। ତେଣୁ ତେଲ ବିକ୍ରିକୁ ବ୍ୟାପକ କରାଯିବ। ପ୍ରଥମେ ଦିଲ୍ଲୀ-ଏନ୍‌ସିଆର୍‌, ମୁମ୍ବାଇ, ପୁଣେ, ନାଗପୁରରେ ଫ୍ଲେକ୍ସ ଫୁଏଲ୍‌ ପମ୍ପ ଖୋଲାଯିବ।

ଅଧିକପଢ଼ନ୍ତୁ:ଆଇସିୟୁରେ ଚିକିତ୍ସିତ ହେଉଥିବା ବୃଦ୍ଧା ବଞ୍ଚାଇଲେ ଅନେକଙ୍କ ଜୀବନ

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଅଶୋଧିତ ତେଲ ଆମଦାନି ଉଭୟ କଷ୍ଟକର ଓ ମହଙ୍ଗା ହୋଇଥିବା ଭଳି ଏକ ଗମ୍ଭୀର ସମୟରେ କେନ୍ଦ୍ର ସରକାର ଫ୍ଲେକ୍ସ ଫୁଏଲ୍‌ ଭଳି ଏକ ବିକଳ୍ପ ଇନ୍ଧନର ବ୍ୟାପକ ପ୍ରସାର କରିବାକୁ ଯାଉଛନ୍ତି। ଫ୍ଲେକ୍ସ ଫୁଏଲ୍‌ ଗାଡ଼ିଗୁଡ଼ିକ ୮୫ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶିଥିବା ତେଲରେ ଚାଲିପାରିବ। ଦେଶର ଦୁଇ ବଡ଼ ଗାଡ଼ି ନିର୍ମାତା ହିରୋ ମୋଟୋକର୍ପ ଓ ମାରୁତି ସୁଜୁକି ନିଜର ଫ୍ଲେକ୍ସ ଫୁଏଲ୍‌ ମଡେଲ୍‌ ଉନ୍ମୋଚନ କରିଛନ୍ତି। ସେହି ଗାଡ଼ିଗୁଡ଼ିକର ବିକ୍ରି ବଢ଼ିବା ପରେ ଇଥାନଲ୍‌ ଚାହିଦା ବଢ଼ିବ। ତାହାର ଲାଭ ଚାଷୀମାନଙ୍କୁ ମିଳିବ। ପ୍ରତିବର୍ଷ ଅଶୋଧିତ ତୈଳ ମଗାଇବାରେ ଖର୍ଚ୍ଚ ହେଉଥିବା ୧୨୦ ବିଲିଅନ ଡଲାରରେ ମଧ୍ୟ ବ୍ୟାପକ ସଞ୍ଚୟ ହେବ।

ଭିଡିଓ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।