FIFA World Cup 2026: ୧୦୪ ମ୍ୟାଚ୍ ଖେଳିବେ ୪୮ ଦଳ; ଜାଣନ୍ତୁ ଗ୍ରୁପ୍ ବିଭାଜନ ଓ ଟୁର୍ଣ୍ଣାମେଣ୍ଟ ସୂଚୀ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ ନିକଟରେ ଶେଷ ହୋଇଛି। ଏହି ଖେଳ କ୍ରୀଡ଼ାପ୍ରେମୀଙ୍କୁ ୨ମାସରୁ ଅଧିକ ସମୟ ଧରି ମନୋରଂଗନ ଦେଇଥିଲା। ଏବେ ବହୁ ପ୍ରତୀକ୍ଷିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ‘ଫିଫା ବିଶ୍ବକପ୍ ୨୦୨୬ ଆସନ୍ତା ସପ୍ତାହରେ ଆରମ୍ଭ ହେବ। ଫୁଟବଲ୍ର ମହାକୁମ୍ଭ କୁହାଯାଉଥିବା ଏହି ମ୍ୟାଚ୍ରେ ଲିଓନେଲ ମେସି ଏବଂ କ୍ରିଷ୍ଟିଆନୋ ରୋନାଲ୍ଡୋ ଭଳି ତାରକା ପଡ଼ିଆକୁ ଓହ୍ଲାଇବେ।
ଫିଫା ବିଶ୍ବକପ୍ ଚଳିତ ମାସ ୧୧ ତାରିଖ (ଭାରତୀୟ କ୍ୟାଲେଣ୍ଡର ଅନୁସାରେ ଜୁନ ୧୨)ରୁ ଜୁଲାଇ ୧୯ (ଭାରତୀୟ କ୍ୟାଲେଣ୍ଡର ଅନୁସାରେ ଜୁନ ୨୦) ପର୍ଯ୍ୟନ୍ତ ଆୟୋଜିତ ହେବ। ପ୍ରଥମ ଥର ବିଶ୍ବକପରେ ଆୟୋଜନ ତିନିଟି ରାଷ୍ଟ୍ର (ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଏବଂ ମେକ୍ସିକୋ)ର ଉଦ୍ୟମରେ ହେଉଛି।
#ଜୁନ_୧୨ରୁ_ଫିଫା_ବିଶ୍ବକପ୍
— Sambad (ସମ୍ବାଦ) (@sambad_odisha) June 4, 2026
-ମୁହାଁମୁହିଁ ହେବେ ବିଶ୍ବର ପ୍ରସିଦ୍ଧ ଫୁଟ୍ବଲ ଟିମ୍
-ପଡ଼ିଆକୁ ଓହ୍ଲାଇବେ ଲିୟୋନେଲ ମେସି, ରୋନାଲ୍ଡୋ
-୩୪ ଦିନରେ ଖେଳାଯିବ୧୦୪ ଟି ମ୍ୟାଚ୍
-ଜୁଲାଇ ୨୦ରେ ଫାଇନାଲ ମୁକାବିଲା#Sambad#FIFAWorldCup2026#WorldCup2026#FIFA#FootballWorldCup#SportsUpdatepic.twitter.com/XMHsBh7GHY
ଫିଫା ବିଶ୍ବକପ୍ର ଚଳିତ ସଂସ୍କରଣରେ ୪୮ଟି ଟିମ୍ ଅଂଶଗ୍ରହଣ କରିବେ। ବିଶ୍ବକପ୍ର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଜୁନ ୧୧ରୁ ୨୭ ଯାଏଁ ଜାରି ରହିବ। ଏହା ପରେ ଜୁନ ୨୮ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ରାଉଣ୍ଡ ଅଫ୍ ୩୨ ମୁକାବିଲା ହେବ। ରାଉଣ୍ଡ ଅଫ୍ ୧୬ର ମ୍ୟାଚ୍ଗୁଡ଼ିକ ଜୁଲାଇ ୪ରୁ ୭ମଧ୍ୟରେ ଆୟୋଜନ ହେବ। କ୍ବାଟର ଫାଇନାଲ ଜୁଲାଇ ୯ରୁ ୧୧, ସେମିଫାଇନାଲ ଜୁଲାଇ ୧୪ରୁ ୧୫ ଏବଂ ତୃତୀୟ ସ୍ଥାନ ପାଇଁ ଜୁଲାଇ ୧୮ରେ ମ୍ୟାଚ୍ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦୪ଟି ମ୍ୟାଚ୍ ଖେଳାଯିବ, ଯାହାକି ଏପର୍ଯ୍ୟନ୍ତ ଆୟୋଜିତ ସବୁଠାରୁ ଦୀର୍ଘ ଏବଂ ରୋମାଞ୍ଚକର ବୋଲି କୁହାଯାଉଛି।
ଆହୁରି ପଢ଼ନ୍ତୁ: FIFA World Cup: ‘ଜି’ରେ ଫିଫା ବିଶ୍ବକପ୍ର ସିଧା ପ୍ରସାରଣ
ଫିଫା ବିଶ୍ବକପ୍ ୨୦୨୬ ଗ୍ରୁପ୍
- Group A: ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ରିପ୍ଲବିକ୍ ଅଫ୍ କୋରିଆ, ଚେକିଆ
- Group B: କାନାା, ବୋସ୍ନିଆ ଏବଂ ହର୍ଜେଗୋଭିନା, କତାର, ସ୍ବିଜରଲ୍ୟାଣ୍ଡ
- Group C: ବ୍ରାଜିଲ, ମୋରକ୍କୋ, ହାଇତି, ସ୍କଟଲ୍ୟାଣ୍ଡ
- Group D: ସଂଯୁକ୍ତ ରାଷ୍ଟ୍ର ଆମେରିକା, ପାରାଗୁଏ, ଅଷ୍ଟ୍ରେଲିଆ, ତୁର୍କୀ
- Group E: ଜର୍ମାନୀ, ଇକ୍ବାଡର, ଆଇଭରି କଷ୍ଟ, କ୍ୟୁରାକୋ
- Group F: ନେଦରଲାଣ୍ଡସ୍, ଜାପାନ, ସ୍ବୀଡେନ, ତୁନେସିଆ
- Group G: ବେଲଜିୟମ, ଇଜିପ୍ଟ, ଇରାନ, ନ୍ୟୁଜିଲାଣ୍ଡ
- Group H: ସ୍ପେନ, ଉରୁଗୁଏ, ସାଉଦି ଆରବ, କେପ ଭେରଡେ
- Group I: ଫ୍ରାନ୍ସ, ସେନେଗାଲ, ନରୱେ, ଇରାକ
- Group J: ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ଆଲଜେରିଆ, ଜୋର୍ଡାନ
- Group K: ପର୍ତ୍ତୁଗାଲ, କଲୋମ୍ବିଆ, ଡିଆର କଙ୍ଗୋ, ଉଜିବେକିସ୍ତାନ
- Group L: ଇଂଲଣ୍ଡ, କ୍ରୋଏସିଆ, ଘାନା, ପାନାମା
ଆହୁରି ଦେଖନ୍ତୁ...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।