2.68 lakh people affected: ପାଣି ଘେରରେ ୨.୬୮ ଲକ୍ଷ ଲୋକ: ଆଜି ବନ୍ୟାସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ
"ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସଙ୍ଗିନ ରହିଛି।
ଯଦିଓ ଆଜି ବର୍ଷା କମିଛି ଏବଂ ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଇଛି, ତଥାପି ଜନବସତିରୁ ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ି ନାହିଁ।
ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ି ଚାଲିଛି।
୧୫ଟି ଜିଲ୍ଲାର ୫୭ଟି ବ୍ଲକ୍ର ୪୪୬ଟି ପଞ୍ଚାୟତ ଅନ୍ତର୍ଗତ ୧୩୬୨ଟି ଗ୍ରାମ ଏବଂ ୧୧ଟି ପୌରାଞ୍ଚଳର ୧୭୪ ୱାର୍ଡର ପ୍ରାୟ ୭,୯୧,୮୪୬ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।
ଏବେ ବି ପାଣି ଘେରରେ ୨,୬୮,୯୪୩ ଜଣ ଲୋକ ରହିଥିବା ବେଳେ ୨୧,୩୮୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି।Advertisment Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ ଆଜି ଲୋକସେବା ଭବନଠାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ସ୍ଥିତିିର ସମୀକ୍ଷା କରିଥିଲେ।
୧୫ଟି ଜିଲ୍ଲା ବନ୍ୟା ଦ୍ୱାରା ଊଣା ଅଧିକେ ପ୍ରଭାବିତ ହୋଇଛନ୍ତି।
୬୪୭ଟି ରିଲିଫ୍ କେନ୍ଦ୍ରରେ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ନୂଆଦିଲ୍ଲୀରୁ ଫେରିବା ପରେ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରର ସ୍ଥିତି ଅନୁଧ୍ୟାନ କରିବେ।
ତାଙ୍କ ସହ ରାଜସ୍ବ ମନ୍ତ୍ରୀ ଓ ଏସ୍ଆରସି ସାମିଲ ହେବେ।
Bank: ଭୁବନେଶ୍ବରରେ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବ ଇଣ୍ଡିଆ ଏକ୍ଜିମ୍ ବ୍ୟାଙ୍କ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ଜଳକା ଆଦି ନଦୀର ଜଳପତ୍ତନ ସ୍ତର କ୍ରମଶଃ ହ୍ରାସ ପାଉଛି।
ତେବେ ମହାନଦୀର ଜଳପତ୍ତନ ସ୍ତର ବିପଦସଙ୍କେତଠାରୁ ସାମାନ୍ୟ ଅଧିକ ରହିଛି।
ଜିଲ୍ଲା ପ୍ରଶାସନ ସହ ଓଡ୍ରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି।
ବିଭିନ୍ନ ଜିଲ୍ଲାରେ ଆଜି ବୃଷ୍ଟିପାତ କମ୍ ଥିବାବେଳେ ଖରାଟିଆ ପାଗ ହୋଇଥିଲା।
ତେଣୁ ବନ୍ୟା ପରିସ୍ଥିତିରେ କ୍ରମଶଃ ସୁଧାର ଆସିଛି।
ବନ୍ୟାଜଳ ସମ୍ପୂର୍ଣ୍ଣ ନିଷ୍କାସିତ ହୋଇ ମାଟି ଯେ ପର୍ଯ୍ୟନ୍ତ ଶୁଖିଲା ନ ହୋଇଛି, ସେ ପର୍ଯ୍ୟନ୍ତ ରିଲିଫ ଜାରି ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବନ୍ୟା ଜଳ ଛାଡ଼ିବାର ୭୨ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଚାଷଜମିର କ୍ଷୟକ୍ଷତି ଆକଳନ କରି ଜିଲ୍ଲାପାଳମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
କୃଷି ବିଭାଗ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ସର୍ବେକ୍ଷଣ କରାଯାଇ ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।