24 investment projects: ୩୭୯୩ କୋଟିର ୨୪ ନିବେଶ ପ୍ରକଳ୍ପକୁ ମଞ୍ଜୁରି: ୧୪ ଜିଲ୍ଲାରେ ସ୍ଥାପନ ହେବ, ୧୯,୯୨୪ ନିଯୁକ୍ତି ସୁଯୋଗ

Jun 07, 2026 - 06:23
24 investment projects: ୩୭୯୩ କୋଟିର ୨୪ ନିବେଶ ପ୍ରକଳ୍ପକୁ ମଞ୍ଜୁରି: ୧୪ ଜିଲ୍ଲାରେ ସ୍ଥାପନ ହେବ, ୧୯,୯୨୪ ନିଯୁକ୍ତି ସୁଯୋଗ

"ଭୁବନେଶ୍ବର: ୧୪୭ତମ ସିଙ୍ଗଲ୍‌ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକରେ ଆଜି ୩୭୯୩.୩୩ କୋଟି ଟଙ୍କା ମୂଲ୍ୟର ୨୪ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି।

ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ତ୍ତୃପକ୍ଷ ବୈଠକରେ ଅନୁମୋଦନ ଲାଭ କରିଥିବା ଏହି ପ୍ରକଳ୍ପ ଗୁଡ଼ିକ ରାଜ୍ୟର ଖୋର୍ଦ୍ଧା, ଢେଙ୍କାନାଳ, ଝାରସୁଗୁଡ଼ା, କୋରାପୁଟ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର, ପୁରୀ, କଟକ, ସୁନ୍ଦରଗଡ଼, ଗଞ୍ଜାମ, ଜଗତସିଂହପୁର ଓ ମୟୂରଭଞ୍ଜ ପରି ୧୪ ଜିଲ୍ଲାରେ ହେବ।

ଏହାଦ୍ବାରା ୧୯,୯୨୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଇସ୍ପାତ ଓ ଧାତବ କ୍ଷେତ୍ରର ଶିଳ୍ପ, ଅକ୍ଷୟ ଶକ୍ତି, ଆଡଭାନ୍ସଡ ମ୍ୟାଟେରିଆଲ୍‌ସ, ଇଲେକ୍ଟ୍ରୋନିକ୍ସ ଓ ଇପି ଉପକରଣ, ବୟନ ଓ ପୋଷାକ, ପର୍ଯ୍ୟଟନ ଓ ଆତିଥେୟତା, ଭିତ୍ତିଭୂମି ଓ ଲଜିଷ୍ଟିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, କଞ୍ଜ୍ୟୁମର ପ୍ରଡକ୍ଟ, କେମିକାଲ ଏବଂ ନୂଆ ପ୍ରଯୁକ୍ତି ଆଦି କ୍ଷେତ୍ରରେ ଏହି ନିବେଶ ହେବ।

Advertisment Neglect: ରୋଗୀଙ୍କ ଯନ୍ତ୍ରଣା ଠାରୁ ବଳି ପଡୁଛି ରୋଗୀକୁ ଖଟିଆରେ ବୋହୁଥିବା ଲୋକଙ୍କ କଷ୍ଟ ମଞ୍ଜୁରି ଲାଭ କରିଥିବା ନିବେଶଗୁଡ଼ିକ ମଧ୍ୟରେ ସିଇଏସ୍‌ସି ଗ୍ରିନ୍‌ ପାୱାରର ଏକ ବ୍ୟାଟେରି ଏନର୍ଜି ଷ୍ଟୋରେଜ ସିଷ୍ଟମ୍‌ସ ରହିଛି।

ଢେଙ୍କାନାଳ ଜିଲ୍ଲାରେ ୬୮୩.୮୨ କୋଟି ଟଙ୍କାରେ କମ୍ପାନି ଏହି ପ୍ରକଳ୍ପ ହେବ ଏବଂ ଏଥିରେ ୧୫୩ ଜଣଙ୍କୁ ଚାକିରି ମଳିବ।

ଏଭିପି ଷ୍ଟାର୍‌ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ୫୦୦ କୋଟି ନିବେଶରେ ଏକ ଲାବ୍‌ ଗ୍ରୋନ୍‌ ଡାଇମଣ୍ଡ ମ୍ୟାନୁଫାକ୍‌ଚରିଂ କେନ୍ଦ୍ର ସ୍ଥାପନ କରିବ।

ନନ୍ଦରାଜ ଟେକ୍ସଟାଇଲ୍ସ ପ୍ରା.ଲିଃ.

ଖୋର୍ଦ୍ଧାରେ ୧୬୮.୬୪ କୋଟି ଟଙ୍କାରେ ଏକ ପୋଷାକ ତିଆରି କାରଖାନା କରିବ।

ଆଜି ମଞ୍ଜୁର ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଏଥିରେ ସର୍ବାଧିକ ୧୦୩୦୬ ଜଣଙ୍କୁ ନିଯୁକ୍ତି ମିଳିବ।

ସେହିଭଳି ସାହି ଏକ୍ସପୋର୍ଟସ ପ୍ରା.

ଲିଃ.

ସମ୍ବଲପୁରରେ ଏକ ପୋଷାକ ତିଆରି କାରଖାନା କରିବ।

୧୪୫.୫୦ କୋଟି ଟଙ୍କାରେ ହେବାକୁ ଥିବା ଏହି ପ୍ରକଳ୍ପରେ ୧୮୪୦ଜଣଙ୍କୁ ନିଯୁକ୍ତି ମିଳିବ।

ମା ତାରତାରିଣୀ ଟେକ୍ସଟାଇଲ ପାର୍କ ପ୍ରା.

ଲିଃ.

ଗଞ୍ଜାମରେ ୭୦ କୋଟିରେ ଏକ ସମନ୍ବିତ ବୟନ ପ୍ରକଳ୍ପ କରିବ।

ଏହି ପ୍ରକଳ୍ପରେ ୩୫୦ ନିଯୁକ୍ତି ସୁଯୋଗ ଆସିବ।

ଜେଏସ୍‌ଡବ୍ଲୁ ସଭରଫିଲ୍‌ଡସ ଷ୍ଟ୍ରକ୍‌ଚର୍ସ ଲିଃ.

୨୧୫ କୋଟି ନିବେଶରେ ଯାଜପୁରରେ ଏକ ଇସ୍ପାତ ଫେବ୍ରିକେସନ ୟୁନିଟ ସ୍ଥାପନ କରି ୧୪୦୦ ଲୋକଙ୍କୁ ନିଯୁକ୍ତି ଦେବ।

କୋଶଳ ସେରାମିକ୍ସ ପ୍ରା.

ଲିଃ.

ଝାରସୁଗୁଡ଼ାରେ ଏହାର ରିଫ୍ରାକ୍ଟୋରି ବ୍ରିକ୍ସ କାରଖାନାର ସଂପ୍ରସାରଣ ବାବଦରେ ୨୭୫.୦୭ କୋଟି ନିବେଶ କରିବ।

ଏଥିରେ ୧୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏନଭିରୋକେୟାର ଇନଫ୍ରା ସଲ୍ୟୁସନ ସୁନ୍ଦରଗଡ଼ରେ ୮୧ କୋଟି ଟଙ୍କାରେ ଏକ ୟୁନିଟ୍‌ ସ୍ଥାପନ କରିବ।

ଏଥିରେ ୫୦୦ ଲୋକଙ୍କୁ ନିଯୁକ୍ତି ମିଳିବ।

ବିଷ୍ଣୁ ଷ୍ଟିଲ ଖୋର୍ଦ୍ଧାରେ ୫୧.୮୩ କୋଟି ନିବେଶରେ ଏକ କଳଙ୍କିବିହୀନ ଇସ୍ପାତ ପାଇପ୍‌ କାରଖାନା ବସାଇ ୯୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିବ।

ଏମ୍‌ଏସ୍‌ ଇନଫ୍ରାଇଞ୍ଜିନିୟର୍ସ ସମ୍ବଲପୁରରେ ଏକ ଗୋଦାମ ଓ ଲଜିଷ୍ଟିକ୍ସ ପାର୍କ କରିବ।

ଏଥିରେ ୧୧୨.୫୨ କୋଟି ନିବେଶ ହେବ ଏବଂ ୫୦୦ ଲୋକଙ୍କୁ ଚାକିରି ମିଳିବ।

ଆଇନେକ୍ସ ଇକୋ ଲଜିଷ୍ଟିକ୍ସ ବଲାଙ୍ଗୀରରେ ୧୦୩.୨୦ କୋଟି ନିବେଶରେ ଲଜିଷ୍ଟିକ୍ସ ଓ ଗୋଦାମ ଭିତ୍ତିଭୂମି ବିକାଶ କରିବ।

ଏଥିରେ ୨୨୫ ନିଯୁକ୍ତ ସୃଷ୍ଟି ହେବ।

ଏହାବ୍ୟତୀତ ହିନ୍ଦୁସ୍ତାନ କୋକାକୋଲା ବେଭରେଜସ୍‌ ଏହାର ଖୋର୍ଦ୍ଧା କାରଖାନା ସଂପ୍ରସାରଣରେ ୩୦୦ କୋଟି ନିବେଶ କରିବ।

ଜୟ ଭବାନୀ ଫୁଡ୍‌ସ ପ୍ରା.

ଲିଃ.

କଟକରେ ୯୨ କୋଟି ଟଙ୍କାରେ ଏକ ସାବୁନ ତିଆରି କାରଖାନା କରିବ।

ଜାସପର ଇକୋ ପ୍ରଡକ୍ଟସ ପ୍ରା.

ଲିଃ.

ଖୋର୍ଦ୍ଧାରେ ୫୧ କୋଟି ଟଙ୍କାରେ ଏକ କରୋଗେଟେଡ ବକ୍ସ ଉତ୍ପାଦନ ୟୁନିଟ ବସାଇବ।

ଏକାଂଶ ଫୁଡ୍‌ ପ୍ରଡକ୍ଟସ ପ୍ରା.ଲିଃ.

ଖୋର୍ଦ୍ଧାରେ ୫୦ କୋଟି ନିବେଶରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିବ।

ଆଜିର ବୈଠକରେ କର୍ତ୍ତୃପକ୍ଷ ହୋଟେଲ ଓ ଆତିଥେୟତା କ୍ଷେତ୍ରର ଅନେକ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି।

ସେଥିରେ କୋରାପୁଟରେ ସ୍ବସ୍ତି ପ୍ରିମିୟମର ୨୫୦ କୋଟି ବ୍ୟୟରେ ହେବାକୁ ଥିବା ଏକ ପଞ୍ଚ ତାରକା ହୋଟେଲ ରହିଛି।

ଏସ୍‌ଏନ୍‌ଏମ୍‌ ହୋଟେଲ୍‌ସ ଆଣ୍ଡ୍‌ ରିସର୍ଟସ ପ୍ରା.

ଲିଃ.

କୋରାପୁଟରେ ୧୩୩.୩୪ କୋଟି ନିବେଶରେ ମଧ୍ୟ ଏକ ରିସର୍ଟ କରିବ।

ଏହି ଦୁଇ ପ୍ରକଳ୍ପରେ ଯଥାକ୍ରମେ ୪୮୦ ଓ ୧୭୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Cricket: ଯଦୁପୁର କ୍ରିକେଟ୍‌ ଏକାଡେମୀର ସହଜ ବିଜୟ: ସିଦ୍ଧାନ୍ତ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ ଆରମ୍ଭ ଶ୍ରୀ ଇକୋ ରିସର୍ଟସ କେନ୍ଦୁଝରରେ ୧୦୫.୬୦ କୋଟି ଟଙ୍କା ବ୍ୟୟରେ ଏକ ରିକୋ-ରିସର୍ଟ ଏବଂ ୱାଟର ଆମ୍ୟୁଜମେଣ୍ଟ ପାର୍କ ସ୍ଥାପନ କରିବ ଯେଉଁଥିରେ ୨୪୦ ନିଯୁକ୍ତି ସୁଯୋଗ ମିଳିବ।

ଶୈଳବାଳା ଇନଫ୍ରାଷ୍ଟ୍ରକଚର ପ୍ରା.

ଲିଃ.

ପୁରୀରେ ୯୨.୮୦ କୋଟି ଟଙ୍କାରେ ଏକ ରିସର୍ଟ କରିବ ଯେଉଁଥିରେ ୧୭୦ ଜଣ ଚାକିରି ପାଇପାରିବେ।

ସୂର୍ଯ୍ୟ ଉଦ୍ୟୋଗ ଲିମିଟେଡ ପାରାଦୀପରେ ଏକ ୪ ତାରକା ହୋଟେଲ ଖୋଲିବ।

ଏହି ପ୍ରକଳ୍ପରେ ୭୦ କୋଟି ଟଙ୍କା ନିବେଶ ହେବ ଏବଂ ୨୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ପ୍ରତ୍ୟକ୍ଷ ହୋଟେଲ ଆଣ୍ଡ୍‌ ରିସର୍ଟସ ପ୍ରା.

ଲିଃ.

କୋରାପୁଟରେ ୭୦ କୋଟି ବ୍ୟୟରେ ଏକ ରିସର୍ଟ କରିବ।

ଲେହରସ୍‌ ଏକ୍ସପୋର୍ଟସ ଆଣ୍ଡ୍ ସର୍ଭିସେସ୍‌ ପ୍ରା.

ଲିଃ.

ସୁନ୍ଦରଗଡ଼ରେ ୬୦ କୋଟି ବ୍ୟୟରେ ଏକ ରିସର୍ଟ କରିବ ଏବଂ ଏଥିରେ ୨୦୦ ଲୋକଙ୍କୁ ଚାକିରି ମିଳିବ।

ପ୍ରାଚୀ ଏଣ୍ଟରପ୍ରାଇଜେସ୍‌ ୫୨ କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜରେ ଏକ ୱାଟର ଆମ୍ୟୁଜମେଣ୍ଟ ପାର୍କ ସ୍ଥାପନ କରିବ।

ଏଥିରେ ୧୫୦ ଜଣଙ୍କୁ ନିଯୁକ୍ତି ମିଳିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।