20 villages: ପାହାଡ଼ ଉପରେ ରାସ୍ତା ନଥିବା ୨୦ ଗାଁ: ପିଡିଏସ୍‌, ଭତ୍ତା ପାଇଁ ପଞ୍ଚାୟତକୁ ଗଲେ ୩ ଦିନ, ବ୍ଲକ୍‌କୁ ୫ ଦିନ

Aug 04, 2026 - 05:27
20 villages: ପାହାଡ଼ ଉପରେ ରାସ୍ତା ନଥିବା ୨୦ ଗାଁ: ପିଡିଏସ୍‌, ଭତ୍ତା ପାଇଁ ପଞ୍ଚାୟତକୁ ଗଲେ ୩ ଦିନ, ବ୍ଲକ୍‌କୁ ୫ ଦିନ

"ପ୍ରେମେନ୍ଦ୍ର ପରିଚ୍ଛା ମାଲକାନଗିରି: ମାଲକାନଗିରି ମାଓମୁକ୍ତ ହେଲା।

ଏବେ ବିକାଶକୁ ଫୋକସ୍‌ କରିଛନ୍ତି ସରକାର।

କିନ୍ତୁ ବିକାଶର ଚକ ପାହାଡ଼ ଚଢ଼ିପାରୁନି।

ଦୁର୍ଗମ ପାହାଡ଼ ଉପରେ ବସବାସ କରୁଥିବା ୨୦ଟି ଗାଁର ଜନଜାତି ଦୁର୍ବିସହ ଜୀବନ ବିତାଉଛନ୍ତି।

ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ‌ମୌଳିକ ସୁବିଧା ଏଠାରେ ପହଞ୍ଚିନି।

କୋରୁକୋଣ୍ଡା ବ୍ଲକ୍‌ର ନାକାମାମୁଡ଼ି ପଞ୍ଚାୟତ ଏକଦା ମାଓପ୍ରବଣ ଥିଲା।

ବ୍ଲକ୍‌ ସଦର ମହକୁମାରୁ ୫୦ କିମି ଦୂରରେ ଥିବା ଏହି ପଞ୍ଚାୟତ ଅଧୀନରେ ରହିଛି ୫୨ଟି ଗ୍ରାମ।

ସେଥିମଧ୍ୟରୁ ପାହାଡ଼ ଉପରେ ଥିବା ୨୦ ଗାଁର ଜନସଂଖ୍ୟା ୨ ହଜାରରୁ ଊର୍ଦ୍ଧ୍ବ।

ଏ ସବୁ ଗାଁରେ ଆଦିମ ଜନଜାତି ଡିଡାୟୀ ଏବଂ କିଛି ଗାଁରେ କନ୍ଧ ସମ୍ପ୍ରଦାୟର ଲୋକ ବସବାସ କରନ୍ତି।

ଆଜି ବି ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଏବଂ ପଞ୍ଚାୟତ ସଦର ମହକୁମାକୁ ରାସ୍ତା ନିର୍ମାଣ ହୋଇପାରିନି।

ମନରେଗାରେ କିଛି ଗାଁକୁ ଘାଟ୍‌ କଟିଂ କରି ଯାତାୟାତ ବ୍ୟବସ୍ଥା ହୋଇଛି।

ବର୍ଷା ହେ‌ଲେ କାଦୁଅ ଖସଡ଼ାରେ ଏ ରାସ୍ତା ବ୍ୟବହାର ମୁସ୍କିଲ୍‌ ହୋଇପଡ଼ୁଛି।

ବିଶେଷ କରି ନାରଙ୍ଗିଝୋଲା, ଜିସିଂବେଡା, ବାଟାଗୁଡା, ବଡଆଖିଆଗୁଡା, ଗଂଗାପଡା, ସୁତିପଡା, ଟିକରପଡ଼ା ଗ୍ରାମବାସୀ ପକ୍କା ରାସ୍ତା ଦେଖିନାହାନ୍ତି।

ରାସ୍ତା ନଥିବାରୁ ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ପାହାଡ଼ ତଳେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବାକୁ ପଡ଼ୁଛି।

Advertisment Flood In Bhadrak: ବନ୍ୟା ପରେ ଭଙ୍ଗା ଘରେ ଆଶ୍ରୟ ଖୋଜୁଛି ଅସହାୟ ମଣିଷ ପିଡିଏସ୍‌, ଭତ୍ତା ପାଇଁ ପଞ୍ଚାୟତକୁ ଗଲେ ୩ ଦିନ, ବ୍ଲକ୍‌କୁ ୫ ଦିନବିକାଶ କ"ଣ ଜାଣନ୍ତିନି, ପ୍ରତିଶ୍ରୁତିରେ ବଞ୍ଚିଛନ୍ତି ଆଦିମ ଜନଜାତି ସବୁଠାରୁ ବଡ଼ ସମସ୍ୟା ଭୋଗୁଛନ୍ତି ଅଙ୍ଗୁରବେଡ଼ା ଗ୍ରାମର ଲୋକ।

ଗ୍ରାମଟି ପଞ୍ଚାୟତ ସଦର ମହକୁମାରୁ ୬୦ କିମି ଦୂରରେ।

ଲୋକେ ପିଡିଏସ୍‌ ଚାଉଳ ଓ ଭତ୍ତା ପାଇଁ ପଞ୍ଚାୟତରେ ପହଞ୍ଚିବାକୁ ୩ ଦିନ ଓ ବ୍ଲକକୁ ଯିବା ପାଇଁ ୫ ଦିନ ସମୟ ଲାଗୁଛି।

୨୫ ବର୍ଷ ଧରି ଲୋକେ ନାକାମାମୁଡ଼ିକୁ ଦୁଇଟି ପଞ୍ଚାୟତରେ ବିଭକ୍ତ କରିବାକୁ ଦାବି କରି ଆସୁଛନ୍ତି।

ଯାହାକୁ ସରକାର ଗୁରୁତ୍ବର ସହ ନେଉନଥିବା ଅଭିଯୋଗ ହୋଇଛି।

ମୁଦୁଲିଗୁଡ଼ାକୁ ଆଉ ଏକ ପଞ୍ଚାୟତ କଲେ ଲୋକେ ସମସ୍ତ ସୁବିଧା ପାଇପାରନ୍ତେ ବୋଲି କହିଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥି ସରାବୁଙ୍କୁ ପଚାରିବାରୁ ପଞ୍ଚାୟତର ସମସ୍ୟା ସଂପର୍କରେ ପ୍ରଶାସନ ଅବଗତ ଅଛି।

ତୁରନ୍ତ ସେତୁ କିମ୍ବା ଭିବି ଜି ରାମଜି ଯୋଜନାରେ ରାସ୍ତା ନଥିବା ଗାଁକୁ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି।

Horoscope 2026 August 04: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।