ଦୁଇ IAS ଅଧିକାରୀଙ୍କୁ ବଦଳି, IAS ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ
ଭୁବନେଶ୍ବର: ଦୁଇ IAS ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର । IAS ପୋମା ଟୁଡୁ ହେଲେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ଅତିରିକ୍ତ ସଚିବ । ଏହାସହ ଖାଦ୍ୟ ନିରାପତ୍ତା କମିଶନର ଓ ଟିଡିସିସିଓଏଲ୍ MD ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ଦିଆଯାଇଛି । ପୂର୍ବରୁ ସେ ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ ବା OSMCLର ପରିଚାଳନା ନିର୍ଦ୍ଦେଶିକା ଦାୟିତ୍ବରେ ଥିଲେ । ସେପଟେ IAS ସ୍ମିତା ପାଣି ହେଲେ OSMCLର ନୂଆ ଅଧ୍ୟକ୍ଷା ହୋଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।