13 Killed After Huge Boulder Falls on Moving Tata Sumo: ବଡ଼ ଅଘଟଣ: ଚଳନ୍ତା ଟାଟା ସୁମୋ ଉପରେ ଖସିଲା ବିଶାଳ ପଥର, ୧୩ ମୃତ

Jul 24, 2026 - 18:30
13 Killed After Huge Boulder Falls on Moving Tata Sumo: ବଡ଼ ଅଘଟଣ: ଚଳନ୍ତା ଟାଟା ସୁମୋ ଉପରେ ଖସିଲା ବିଶାଳ ପଥର, ୧୩ ମୃତ

ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଚଳନ୍ତା ଟାଟା ସୁମୋ ଉପରେ ଏକ ବିଶାଳ ପଥର ଖସିପଡ଼ିବାରୁ ଗାଡ଼ିରେ ଥିବା ସମସ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ମୌସୁମୀ ବର୍ଷା ଜାରି ରହିଥିବା ବେଳେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଜନଜାତି ଅଧ୍ୟୁଷିତ ପାଙ୍ଗି ଉପତ୍ୟକାର କିଲାର–ଉଦୟପୁର ସଡ଼କର କାଡୁ ନାଲା ନିକଟରେ ଏହି ଅଘଟଣ ଘଟିଥିଲା। ପାହାଡ଼ର ଏକ ବଡ଼ ଅଂଶ ହଠାତ୍ ଧସିଯିବାରୁ ଟାଟା ସୁମୋ ଉପରେ ପଡ଼ିଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଚୁନା ହୋଇଯାଇଛି।

ଭରମୌର–ପାଙ୍ଗି ବିଧାୟକ ଡା. ଜନକ ରାଜ ଘଟଣାର ସଂପର୍କରେ କହିଛନ୍ତି ଯେ, ଟାଟା ସୁମୋରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କ ପ୍ରାଣହାନି ଘଟିଛି।
ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଭଗ୍ନାବଶେଷ ହଟାଇବା ସହ ଗାଡ଼ି ଭିତରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି।

ଏହି ଦୁର୍ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ ହିମାଚଳ ପ୍ରଦେଶରେ ମୌସୁମୀ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଜୁଲାଇ ୨୬ ପର୍ଯ୍ୟନ୍ତ ରାଜ୍ୟରେ ସାଧାରଣ ମୌସୁମୀ ପରିସ୍ଥିତି ଜାରି ରହିବ।

ଜୁଲାଇ ୨୩ରୁ ୨୬ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପ୍ରବଳ ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଜୁଲାଇ ୨୭ରୁ ୨୯ ମଧ୍ୟରେ ମୌସୁମୀ ବର୍ଷା ଆହୁରି ତୀବ୍ର ହେବା ସହ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଚଳିତ ମୌସୁମୀ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ପ୍ରାୟ ୪ରୁ ୫ ଡିଗ୍ରୀ ସେଲସିୟସ୍ କମିଛି। ଜୁଲାଇ ୨୬ ପର୍ଯ୍ୟନ୍ତ ତାପମାତ୍ରା ସାଧାରଣ ରହିବାର ସମ୍ଭାବନା ଥିବାବେଳେ ଜୁଲାଇ ୨୭ ପରେ ବର୍ଷା ବଢ଼ିବା ସହ ତାପମାତ୍ରା ଆହୁରି ହ୍ରାସ ପାଇପାରେ।

କିଲାର–ଉଦୟପୁର ସଡ଼କ ପାହାଡ଼ିଆ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଦେଇ ଯାଇଥିବାରୁ ମୌସୁମୀ ବର୍ଷା ସମୟରେ ଏଠାରେ ପଥର ଖସିବା ଓ ଭୂସ୍ଖଳନର ଆଶଙ୍କା ଅଧିକ ରହିଥାଏ। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ପ୍ରଶାସନ ପକ୍ଷରୁ ବିସ୍ତୃତ ବିବୃତି ଜାରି କରାଯିବବୋଲି କୁହାଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।