106 sharks on the body: କିମାଶ୍ଚର୍ଯ୍ୟମ୍‌: ଦେହରେ ୧୦୬ ସାର୍କ

Jul 27, 2026 - 07:40
106 sharks on the body: କିମାଶ୍ଚର୍ଯ୍ୟମ୍‌: ଦେହରେ ୧୦୬  ସାର୍କ

"ଯୁକ୍ତରାଷ୍ଟ୍ର ଆମେରିକାର ଏମିଲି ମରିସନ୍ ଆଠ ବର୍ଷ ବୟସରେ ଗୋଟିଏ ଚଳଚ୍ଚିତ୍ର ଦେଖିବା ପରେ ତାଙ୍କ ମନରେ ସାର୍କ ମାଛ ପ୍ରତି ପ୍ରବଳ ଭୟ ସୃଷ୍ଟି ହୋଇଥିଲା।

ତାଙ୍କର ଏହି ଭୟ ଦୂର କରିବା ପାଇଁ ତାଙ୍କ ପିତା ତାଙ୍କୁ ଲାଇବ୍ରେରି ନେଇ ସାର୍କ ବିଷୟରେ ପଢ଼ିବାକୁ ଉତ୍ସାହିତ କରିଥିଲେ।

ସେଠାରେ ସେ ସାର୍କ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ କଥାମାନ ଜାଣିଲେ।

ସମୟକ୍ରମେ ତାଙ୍କ ଭୟ ତ ଉଭେଇଗଲା, ତା" ସହିତ ସାର୍କ ନେଇ ମନରେ ଉତ୍ସୁକତା ମଧ୍ୟ ବଢ଼ିବାରେ ଲାଗିଲା।

ସେ ଜୀବବିଜ୍ଞାନରେ ଉଚ୍ଚଶିକ୍ଷା ଲାଭ କରି ସାର୍କ ବିଜ୍ଞାନୀ ହେଲେ।

Advertisment Task Force: ପରୀକ୍ଷା ସଂସ୍କାର ପାଇଁ ନିଲେକାନିଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ସାର୍କଙ୍କ ପ୍ରତି ଭଲପାଇବାକୁ ପ୍ରଦର୍ଶନ କରିବା ଲାଗି ସେ ନିଜ ଦେହରେ ଏହି ଜଳଚର ଜୀବର ଚିତା କୁଟାଇବା ଆରମ୍ଭ କଲେ।

୧୯୯୯ ମସିହାରେ ୧୯ ବର୍ଷ ବୟସରେ ଏମିଲି ଦେହରେ ପ୍ରଥମ ସାର୍କ ଟାଟୁ କରିଥିଲେ।

ବର୍ଷ ପରେ ବର୍ଷ ଟାଟୁ ସଂଖ୍ୟା ବଢ଼ି ଏବେ ତାଙ୍କ ଦେହରେ ୧୦୬ଟି ସାର୍କ ଶୋଭା ପାଉଛନ୍ତି।

ତାଙ୍କ ବେକରୁ ଆରମ୍ଭ କରି ପାଦ ପର୍ଯ୍ୟନ୍ତ ବିଭିନ୍ନ ପ୍ରଜାତି ଓ ଆକାରର ସାର୍କ ଚିତ୍ର ବିଦ୍ୟମାନ।

ସେ ଭିତରେ ଅଛି ୭୧ଟି ଭିନ୍ନ ପ୍ରଜାତିର ସାର୍କ ଏବଂ ୧୩ଟି ଜୀବାଶ୍ମୀଭୂତ ସାର୍କ ଦାନ୍ତର ଚିତ୍ର।

ଏଥିପାଇଁ ତାଙ୍କୁ ନିକଟରେ ସର୍ବାଧିକ ସାର୍କ ଚିତା କୁଟାଇଥିବା ମହିଳା ଭାବେ ଗିନିସ୍ ବୁକ୍‌ ଅଫ୍ ଵାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନିତ କରାଯାଇଛି।

Neglect: ସହିଦ ନୁଦୁରାମ୍‌ଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।