Comedian Raunaq Rajani : ପୁଲିସ ମାଡ଼ରେ ହାସ୍ୟାଭିନେତାଙ୍କ ଧର୍ମପତ୍ନୀଙ୍କ ଭାଙ୍ଗିଲା ପଞ୍ଜରାହାଡ଼
"ନୂଆଦିଲ୍ଲୀ: ଏନଇଇଟି ପେପର୍ ଲିକ୍ ଭଳି ଗମ୍ଭୀର ପ୍ରସଙ୍ଗକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀମାନେ ଗତ କିଛି ଦିନ ଧରି ରାସ୍ତାକୁ ଓହ୍ଲାଇ ଆସଛନ୍ତି।
ପିଲାଙ୍କ ପ୍ରତିବାଦ ଶେଷରେ ପ୍ରଭାବ ପକାଇଥିଲା।
ଯାହା ଫଳରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବିରୁ ଇସ୍ତଫା ଦେବାକୁ ପଡ଼ିଲା।
ଏହି ପ୍ରତିବାଦରେ ପିଲାଙ୍କ ଉପରେ ପୁଲିସ ଲାଠି ଚାର୍ଜ କରିବା ଠାରୁ ଆରମ୍ଭ କରି ପାଣି ସ୍ପ୍ରେ ଏବଂ ପେଲେଟ୍ ଗନ୍ ବ୍ୟବହାର କରିଥିଲା।
ଜୁଲାଇ ୨୦ରେ ଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ଉପରେ ଲାଠିଚାର୍ଜ କରାଯାଇଥିବା ବେଳେ ଜୁଲାଇ ୨୨ରେ ମୁମ୍ବାଇରେ ମଧ୍ୟ ଏକ ପ୍ରତିବାଦ ସ୍ବର ଉଠିଥିଲା। ।
ଏହି ଘଟଣାଗୁଡ଼ିକରେ ପୁଲିସ ଅନେକ ଜଣାଶୁଣା ବ୍ୟକ୍ତିଙ୍କୁ ଅଟକ ରଖିଥିଲା; ସେମାନଙ୍କ ମଧ୍ୟରେ ପ୍ରସିଦ୍ଧ ହାସ୍ୟ ଅଭିନେତା ରୌନକ ରଜାନିଙ୍କ ପତ୍ନୀ ମଧ୍ୟ ସାମିଲ ଥିଲେ।Advertisment ସିଡନୀ ଶ୍ରୀଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା, ସୁନା ବେଶ, ଅଧରପଣା ଓ ନୀଳାଦ୍ରି ବିଜେ ପାଳିତ ରୌନକ ରଜାନି ଏବଂ ତାଙ୍କ ପତ୍ନୀ ମୁମ୍ବାଇର ଶିବାଜୀ ପାର୍କରେ ଚାଲିଥିବା ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ।
ହାସ୍ୟ ଅଭିନେତା ଏକ ଭିଡିଓ ସେୟାର କରି ପ୍ରମାଣ ସହ ଦାବି କରିଛନ୍ତି, " ଯେ ମୁମ୍ବାଇ ପୁଲିସ ସେମାନଙ୍କୁ ବଳପୂର୍ବକ ଅଟକ ରଖିଛି।
ସେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ସହିତ ଦୁର୍ବ୍ୟବହାର କରାଯାଇଥିଲା ଏବଂ ଏପରି କଠୋର ବ୍ୟବହାର କରାଯାଇଥିଲା ଯେ ତାଙ୍କ ପତ୍ନୀଙ୍କ ପଞ୍ଜରା ଭାଙ୍ଗି ଯାଇଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଛି।
ପୁଲିସ୍ ସେମାନଙ୍କୁ ଜୋରଜବରଦସ୍ତ ଭ୍ୟାନ୍ ଭିତରକୁ ଠେଲି ଦେଇଥିଲା।
ଏହି ସମୟରେ ତାଙ୍କ ବେକରେ ଆଘାତ ଲାଗିବା ସହିତ ଧର୍ମପତ୍ନୀଙ୍କ ପଞ୍ଜରାହାଡ ଭାଙ୍ଗି ଯାଇଥିଲା।" "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।