୫ କୋଟିରୁ ଉର୍ଦ୍ଧ୍ୱ ସୁନା ଓ ବିଦେଶୀ ମୁଦ୍ରା ଚୋରା ଚାଲାଣ ବେଳେ ମାଡ଼ି ବସିଲା DRI

Oct 21, 2026 - 13:41
୫ କୋଟିରୁ ଉର୍ଦ୍ଧ୍ୱ ସୁନା ଓ ବିଦେଶୀ ମୁଦ୍ରା ଚୋରା ଚାଲାଣ ବେଳେ ମାଡ଼ି ବସିଲା DRI

ନନ୍ଦିଘୋଷ ବ୍ୟୁରୋ: ସୁନା ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍‌। ୫ ଗିରଫ। ୫ କୋଟି ୮୪ ଲକ୍ଷ ଟଙ୍କାର ସୁନା ଓ ବିଦେଶୀ ମୁଦ୍ରା ଜବତ। ବାଂଲାଦେଶରୁ ବିଦେଶୀ ସୁନା ଚୋରା ଚାଲାଣ କରି କୋଲକାତା ଦେଇ ହାଇଦ୍ରାବାଦକୁ ପଠାଉଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ବା DRI।ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ କିଲୋ୧୪୭.୧ ଗ୍ରାମ୍ ବିଦେଶୀ ସୁନା, ୬୦ ହଜାର ଆମେରିକୀୟ ଡଲାର ଓ ୨୧ ହଜାର ୫୦୦ ୟୁରୋ ଜବତ କରାଯାଇଛି। ଜବତ ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୫ କୋଟି ୮୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସୂଚନା ଅନୁଯାୟୀ, ବାଂଲାଦେଶରୁ ବିଦେଶୀ ସୁନା ଆଣି କୋଲକାତା ଦେଇ ହାଇଦ୍ରାବାଦକୁ ଚାଲାଣ କରୁଥିବା ଏକ ଗ୍ୟାଙ୍ଗ୍‌ ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ DRIର ହାଇଦ୍ରାବାଦ ଜୋନାଲ୍ ୟୁନିଟ୍‌  ଓ ବିଜୟୱାଡା ରିଜିଓନାଲ୍ ୟୁନିଟ୍‌ ର ଅଧିକାରୀମାନେ ମିଳିତ ଭାବେ ଚଢ଼ାଉ କରିଥିଲେ। ବିଜୟୱାଡା ସହରର ବାହାର ଅଞ୍ଚଳରେ ଏକ ସ୍କର୍ପିଓ ଗାଡ଼ିକୁ ଅଟକାଯାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରେ ଏକ ଗୁପ୍ତ ଚାମ୍ବର ଭିତରେ ଲୁଚାଇ ରଖାଯାଇଥିବା ବିଦେଶୀ ମୁଦ୍ରା ଜବତ ହୋଇଥିଲା। ଗାଡ଼ିରେ ଥିବା ଦୁଇ ଜଣଙ୍କୁ ପଚରାଉଚରା କରିବାରୁ ସେମାନେ ବିଜୟୱାଡାର ବାହାର ଅଞ୍ଚଳରେ ସୁନା ହସ୍ତାନ୍ତର କରିଥିବା ସ୍ୱୀକାର କରିଥିଲେ। ଜବତ ବିଦେଶୀ ମୁଦ୍ରା ଚୋରା ଚାଲାଣ ହୋଇଥିବା ସୁନା ବିକ୍ରିରୁ ମିଳିଥିବା ଟଙ୍କାର ଏକ ଅଂଶ ବୋଲି ସେମାନେ କହିଥିଲେ। ଏହାପରେ ତୁରନ୍ତ ଅନ୍ୟ ଏକ ଅଭିଯାନ ଆରମ୍ଭ କରି ହାଇଦ୍ରାବାଦ ଅଭିମୁଖେ ଏକ ଯାତ୍ରୀବାହୀ ବସ୍‌ରେ ଯାଉଥିବା ତିନି ଜଣ ସୁନା ଚାଲାଣକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଏକ ଟୋଲ୍ ପ୍ଲାଜା ନିକଟରେ ସେମାନଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ସେମାନଙ୍କଠାରୁ ପ୍ରାୟ ୩.୧ କିଲୋଗ୍ରାମ ଓଜନର ତିନୋଟି ବିଦେଶୀ ସୁନା ବିସ୍କୁଟ୍ ଜବତ ହୋଇଥିଲା। ସୁନାକୁ ଏକ ଥଳିରେ ରଖି ଅଣ୍ଟାରେ ବାନ୍ଧି ନେଉଥିବା ଜଣାପଡ଼ିଥିଲା।

ଏହି ଚୋରା ଚାଲାଣରେ ସୁନା ସଂଗ୍ରହ ଓ ପରିବହନ ସହ ଜଡ଼ିତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ପରେ ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳର ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯିବା ପରେ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଏହି ଚୋରା ସୁନା ଚାଲାଣ ରାକେଟ୍‌ରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଓ ଏହାର ଅନ୍ୟ ଲିଙ୍କ୍ ଗୁଡ଼ିକ କେଉଁଠି ରହିଛି, ସେନେଇ DRI ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)