ହାଲୋୱିନ୍ ରାତିରେ ଆମେରିକାରେ ଗୁଳିକାଣ୍ଡର ଆତଙ୍କ, ୬ ମୃତ, ଅନେକ ଆହତ

Nov 02, 2026 - 09:36
ହାଲୋୱିନ୍ ରାତିରେ ଆମେରିକାରେ ଗୁଳିକାଣ୍ଡର ଆତଙ୍କ, ୬ ମୃତ, ଅନେକ ଆହତ

ନନ୍ଦିଘୋଷ ବ୍ୟୁରୋ:  ଆମେରିକାରେ ହାଲୋୱିନ୍ ସପ୍ତାହାନ୍ତରେ ରକ୍ତାକ୍ତ ହିଂସାକାଣ୍ଡ । ଦେଶର ୬ଟି ସହରରେ ଘଟିଛି ଗୁଳିକାଣ୍ଡ । ଏଥିରେ ଅତି କମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଟେକ୍ସାସର ଡାଲାସ୍ ସହର । ଏଠାରେ ଗୁଳିକାଣ୍ଡରେ ୪ ଜଣଙ୍କ ଜୀବନ ଯାଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି ।

ଡାଲାସର ଡିପ୍ ଏଲମ୍ ଅଞ୍ଚଳରେ ଶନିବାର ରାତିରେ ପ୍ରାୟ ୧୫ ମିନିଟ୍ ମଧ୍ୟରେ ତିନୋଟି ପୃଥକ ଗୁଳିକାଣ୍ଡ ଘଟିଥିଲା । ଏହି ଘଟଣାଗୁଡ଼ିକ ପରସ୍ପର ସହ ଜଡ଼ିତ କି ନାହିଁ, ତାହାର ତଦନ୍ତ କରୁଛି ପୋଲିସ । ଗୁଳିକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ସେହିପରି ଆଲାବାମାର ବର୍ମିଂହାମ୍ ସହରରେ ମଧ୍ୟ ଗୁଳିକାଣ୍ଡ ଘଟିଛି । ମ୍ୟାଜିକ୍ ସିଟି କ୍ଲାସିକ୍ ଫୁଟବଲ୍ ମ୍ୟାଚ୍ ପରେ ଲିଜିଅନ୍ ଫିଲ୍ଡ ଷ୍ଟାଡିୟମ୍ ବାହାରେ ହୋଇଥିବା ଗୁଳିମାଡ଼ରେ ଜଣେ ମୃତ ଏବଂ ୮ ଜଣ ଆହତ ହୋଇଛନ୍ତି । ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଏହାସହ ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ଡେଲାୱେରର ନ୍ୟୁଆର୍କ ସହରରେ ଥିବା ଡେଲାୱେର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିକଟରେ ଶନିବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟି ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଇଲିନୋଇସର ବ୍ଲୁମିଂଟନରେ ରବିବାର ଭୋର ସମୟରେ ଗୁଳିକାଣ୍ଡରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ସେହିପରି ଆର୍କାନସାସର ଫାଏଟଭିଲରେ ମଧ୍ୟ ଗୁଳିମାଡ଼ରେ ୬ ଜଣ ଆହତ ହୋଇଛନ୍ତି ।

ହାଲୋୱିନ୍ ଉତ୍ସବ ପାଳନ ସମୟରେ ଏକାଧିକ ସହରରେ ଏଭଳି ଗୁଳିକାଣ୍ଡ ଘଟଣା ଆମେରିକାରେ ଚିନ୍ତା ବଢ଼ାଇଛି । ପୋଲିସ ପକ୍ଷରୁ ଘଟଣାଗୁଡ଼ିକର ତଦନ୍ତ ଜାରି ରହିଛି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)