ହାଇଦ୍ରାବାଦି ଲୁଖମି

Aug 03, 2026 - 15:33
ହାଇଦ୍ରାବାଦି ଲୁଖମି

 

ସାମଗ୍ରୀ- ୩୦୦ ଗ୍ରାମ ଛୋଟ କଟା ହୋଇଥିବା ମାଂସ, ୨ କପ ମଇଦା, ଏକ ଚାମଚ ଅଦା ରସୁଣ ପେଷ୍ଟ, ଅଳ୍ପ ବଟର, ଅଳ୍ପ ହଳଦୀ, ଏକ ଚାମଚ ଲଙ୍କା ଗୁଣ୍ଡ, ପିଆଜ କଟା ଏକଟା, ଏକ ଚାମଚ ଗରମ ମସଲା, ଅଧା ଚାମଚ ଧନିଆ ଗୁଣ୍ଡ,୨ରୁ ୩ ଚାମଚ ଲେମ୍ବୁ ରସ, କଞ୍ଚା ଲଙ୍କା ।

ପ୍ରଣାଳୀ

ପ୍ରଥମେ ଲୁଖମି ପ୍ରସ୍ତୁତ ପାଇଁ ଗୋଟିଏ ପାତ୍ରରେ ମଇଦାରେ ଲେମ୍ବୁ ରସ, ବଟର, ଲୁଣ ଓ ପାଣି ମିଶାଇ ଚକଟି ନିଅନ୍ତୁ । ଏହାକୁ କିଛି ସମୟ ପାଖରେ ରଖିଦିଅନ୍ତୁ । ପ୍ୟାନରେ ପିଆଜ ପକାଇ ଭାଜନ୍ତୁ । ଏହାପରେ ସେଥିରେ ଅଦା ରସୁଣ ପେଷ୍ଟ ଓ ଲୁଣ ମିଶାନ୍ତୁ । କିଛି ସମୟ ପରେ ଏଥିରେ ଶୁଖିଲା ମସଲା ସବୁ ପକାଇ ଭାଜନ୍ତୁ । ଶେଷରେ ମାଂସ ମିଶାଇ ସିଝିଲା ପର୍ଯ୍ୟନ୍ତ ଭାଜନ୍ତୁ । ସିଝିଗଲା ପରେ ଏହାକୁ ଥଣ୍ଡା କରିବା ପାଇଁ ସାଇଡ୍ରେ ରଖନ୍ତୁ । ଏହାପରେ ମଇଦା ମିଶ୍ରଣରୁ ଛୋଟଛୋଟ ଗୁଳା କରନ୍ତୁ । ଏହି ଗୁଳାକୁ ଚାରିକୋଣିଆ ଆକାର କରି ବେଲି ସେଥିରେ ପୁର ଦେଇ ପୁଡିଆ ଭଳି ପ୍ରସ୍ତୁତ କରନ୍ତୁ । ତାପରେ ଏହି ପୁଡିଆକୁ ତେଲରେ ଛାଣି ପ୍ରସ୍ତୁତ କରନ୍ତୁ ହାଇଦ୍ରାବାଦୀ ଲୁଖମି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।