ସୋମନାଥ ସ୍ୱାଭିମାନ ଯାତ୍ରା -୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
.jpeg)
.jpeg)

ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟର ପବିତ୍ର ପ୍ରଭାସ ପାଟଣସ୍ଥିତ ପ୍ରଭୁ ସୋମନାଥଙ୍କ ଧାମ ଅଭିମୁଖେ ଯାତ୍ରା କରିଛନ୍ତି ଯାତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା କେବଳ ଏକ ରେଳ ଯାତ୍ରା ନୁହେଁ, ବରଂ ଆମର ଆସ୍ଥା, ଭକ୍ତି ଏବଂ ସାଂସ୍କୃତିକ ସ୍ୱାଭିମାନର ଏକ ମହାଯାତ୍ରା। ପୂର୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମରେ ପ୍ରଭୁ ସୋମନାଥ – ଏହି ଦୁଇ ଦିବ୍ୟ ଶକ୍ତି ସମଗ୍ର ଭାରତବର୍ଷକୁ ଏକତା, ଆଧ୍ୟାତ୍ମିକତା ଓ ଅବିନାଶୀ ଚେତନାର ସୂତ୍ରରେ ବାନ୍ଧି ରଖିଛନ୍ତି । ଏହି ତୀର୍ଥଯାତ୍ରା ସାରା ଦେଶରେ ଆୟୋଜିତ ହେଉଥିବା ମହାନ ରାଷ୍ଟ୍ରୀୟ ସଂକଳ୍ପ ‘ସୋମନାଥ ସ୍ୱାଭିମାନ ପର୍ବ’।
ଏହି ଯାତ୍ରାରେ ସାମିଲ ଥିବା ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ "ଓଁ ନମଃ ଶିବାୟ" ପୁସ୍ତିକା ପ୍ରଦାନ କରାଯାଇଛି। ସୋମନାଥ ପୀଠରେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ ସହ ଭବ୍ୟ ଆଳତି, ପବିତ୍ର ରୁଦ୍ରାଭିଷେକ, ଅଖଣ୍ଡ ଓଁକାର ଜପ ଏବଂ ମନ୍ଦିରର ସ୍ୱର୍ଣ୍ଣିମ ଇତିହାସକୁ ଜୀବନ୍ତ କରୁଥିବା ଆଧୁନିକ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଏକ ଦିବ୍ୟ ଅନୁଭୂତିର ସାକ୍ଷୀ ହେବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।