ସିଜେପି ଆନ୍ଦୋଳନ, ହୋଇପାରିବ ନାହିଁ ତ୍ୱରିତ ଶୁଣାଣି - ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଜନ୍ତର ମନ୍ତର ଠାରେ କକ୍ରୋଚ୍ ଜନତା ପାର୍ଟି (CJP) ର ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଏକ ଆବେଦନର ଜରୁରୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, "ଆମର ସମୟ ନଷ୍ଟ କରନ୍ତୁ ନାହିଁ। କୌଣସି ଭିଡିଓ ଦେଖିବାକୁ ଆମ ପାଖରେ ସମୟ ନାହିଁ । ଲାଠିଚାର୍ଜ ଭିଡିଓ ଦେଖିବାକୁ ମନା କରିଦେଇଛନ୍ତି CJI।ବୁଧବାର ଜଣେ ଓକିଲ ମାମଲାକୁ ନିଜ ଆଡ଼ୁ ଗ୍ରହଣ କରିବାକୁ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚ ସମ୍ମୁଖରେ ନିବେଦନ କରିଥିଲେ ।
ଶୁଣାଣି ସମୟରେ ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ପରିଚାଳନା ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ର ସଂସ୍କାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଛାତ୍ରମାନେ ଆନ୍ଦୋଳନ କରୁଥିବା ଦର୍ଶାଇବା ସହ ଦିଲ୍ଲୀ ପୋଲିସ ଦ୍ବାରା ଛାତ୍ରମାନଙ୍କୁ ମାରପିଟ୍ ଭଳି ଭିଡିଓ ଦେଖାଇବାକୁ ଚେଷ୍ଟା କରିଥିଲେ । ତେବେ ଏହାକୁ ରୋକି ଦେଇଥିଲେ ପ୍ରଧାନ ବିଚାରପତି ।
ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ସଂସଦ ଅଭିମୁଖେ ସିଜେପିର ପ୍ରତିବାଦ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଛାତ୍ରମାନଙ୍କ ବିରୋଧରେ ପୋଲିସ ମାତ୍ରାଧିକ ହସ୍ତକ୍ଷେପ ସମ୍ପର୍କିତ ଏକ ଆବେଦନକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ମନା କରିଦେଇଥିଲେ । ବୁଧବାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ସମୟରେ ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ ଏବଂ ବିଚାରପତି ତେଜସ କାରିଆଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଥିଲେ, ଏସବୁ ମାମଲା ମଧ୍ୟକୁ କୋର୍ଟଙ୍କୁ ଟାଣନ୍ତୁ ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।