ସାଉଦି ଆରାମକୋ ହେଡ଼କ୍ବାର୍ଟର୍ସ ଉପରେ ହୁତିର ମିସାଇଲ ମାଡ଼

Oct 14, 2026 - 11:23
ସାଉଦି ଆରାମକୋ ହେଡ଼କ୍ବାର୍ଟର୍ସ ଉପରେ ହୁତିର ମିସାଇଲ ମାଡ଼

ନନ୍ଦିଘୋଷ ବ୍ୟୁରୋ: ପୁଣି ହୁତି ଟାର୍ଗେଟରେ ସାଉଦି ଆରବ। ଆରାମକୋ ହେଡ଼କ୍ବାର୍ଟର୍ସ ଉପରେ ହୁତିର ମିସାଇଲ ହମଲା। ଆକ୍ରମଣରେ କମ୍ପ୍ଲେକ୍ସର ସାମାନ୍ୟ କ୍ଷତି ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ୟେମେନସ୍ଥିତ ତଥା ଇରାନ ସମର୍ଥିତ ହୁତି ସହ ସାଉଦି ଆରବର ଉତ୍ତେଜନା ତୀବ୍ର ହୋଇଛି। ଆରାମକୋ ହେଉଛି ବିଶ୍ବର ସବୁଠାରୁ ବୃହତ ତୈଳ କମ୍ପାନି ଓ ସାଉଦିଆରବର ଅର୍ଥନୀତିର ପ୍ରମୁଖ ଚାଳିକା ଶକ୍ତି। ତୈଳ ଉତ୍ପାଦନ, ରିଫାଇନେରୀ ଓ ରପ୍ତାନି କ୍ଷେତ୍ରରେ ଏହି କମ୍ପ୍ଲେକ୍ସ ନେଇଥାଏ ପ୍ରମୁଖ ଭୂମିକା। ସେପଟେ ହୁତିର କିଛି କ୍ଷେପଣାସ୍ତ୍ର ଓ ଡ୍ରୋନକୁ ନିଷ୍ଟ୍ରିୟ କରାଯାଇଛି ବୋଲି ଦାବି କରିଛି ସାଉଦି ଆରବ। ତେବେ ଏହି ଆକ୍ରମଣର ଫଳ ହୁତି ଭୋଗିବ ବୋଲି ସାଉଦି ଆରବର କ୍ରାଉନପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନେତୃତ୍ବରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, ହୁତିର ଘନଘନ ଆକ୍ରମଣରେ ଅତିଷ୍ଠ ସାଉଦି ଆରବ । ଏପରିକି ଦେଶରେ ବର୍ତ୍ତମାନ ଇଣ୍ଟରସେପ୍ଟର ମିସାଇଲର ଘୋର ଅଭାବ ଦେଖା ଦେଇଥିବା କୁହାଯାଉଛି। ଫଳରେ ହୁତି ବିଦ୍ରୋହୀଙ୍କ ମିସାଇଲକୁ ରୋକିବା କଷ୍ଟକର ହୋଇପଡ଼ିଛି । ଗତ ରବିବାର ରିୟାଦସ୍ଥିତ କିଙ୍ଗ ଖଲିଦ ବିମାନବନ୍ଦର ଉପରେ ହୁତିର ମିସାଇଲ୍ ମାଡ଼ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।  ହୁତିର ବାରମ୍ବାର ଆକ୍ରମଣ ଯୋଗୁଁ ସାଉଦି କର୍ତ୍ତୃପକ୍ଷ ଏବେ ଦେଶର ବିଭିନ୍ନ ସ୍ଥାନକୁ ଏୟାର ଡିଫେନ୍ସ ବ୍ୟାଟେରୀ ସ୍ଥାନାନ୍ତର ଆରମ୍ଭ କରିଛନ୍ତି । ଦେଶର ପ୍ରମୁଖ ତୈଳ ପ୍ରତିଷ୍ଠାନ, ବିମାନବନ୍ଦର ଓ ରାଜପ୍ରସାଦର ସୁରକ୍ଷା ନିମନ୍ତେ ଏହି ବ୍ୟାଟେରୀ ଏବେ ମୁତୟନ କରାଯାଇଛି ।

ପ୍ରକାଶ ଥାଉ କି, ସାଉଦି ପାଖରେ ବର୍ତ୍ତମାନ ଆଡ଼ଭାନ୍ସ ପ୍ୟାଟ୍ରିଅଟ୍ ଓ ଥାର୍ଡ ମିସାଇଲ୍ ସିଷ୍ଟମ ରହିଛି । କିନ୍ତୁ ଏତେ ବଡ଼ ଦେଶକୁ ଲଗାତାର ଭାବେ ମିସାଇଲ୍ ଆକ୍ରମଣରୁ ସୁରକ୍ଷିତ ରଖିବା କଷ୍ଟକର । ହୁତିର କ୍ରମାଗତ ଆକ୍ରମଣ ଫଳରେ ଇଣ୍ଟରସେପ୍ଟର ମିସାଇଲ୍ ଶେଷ ହେବାରେ ଲାଗିଛି । ୟେମେନରେ ବହୁବର୍ଷ ହେବ ଚାଲିଥିବା ସଂଘର୍ଷ ଯୋଗୁଁ ସାଉଦିରେ ହୁତିର ଆକ୍ରମଣ ବଢିଛି । କାରଣ ସାଉଦି ଆରବ ୟେମେନ୍ ସରକାରଙ୍କୁ ସମର୍ଥନ କରୁଥିବା ବେଳେ ଇରାନ ହୁତି ବିଦ୍ରୋହୀଙ୍କୁ ସମର୍ଥନ ଯୋଗାଉଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)