ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ

May 19, 2026 - 00:46

ପୁରୀ,୧୮।୫(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରକୁ ପହଞ୍ଚି ସିଂହଦ୍ୱାର ଦ୍ୱାରରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ଏହି ଅବସରରେ ତାଙ୍କ ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାଜପା ରାଜ୍ୟ ସଭାପତି ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ମିଶି ମହାପ୍ରଭୁଙ୍କ ନିକଟରେ ରାଜ୍ୟର ଶାନ୍ତି, ସମୃଦ୍ଧି ଓ ଲୋକମାନଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ।
ଏ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ସମ୍ମାନ ସହ ତାଙ୍କୁ ସ୍ୱାଗତ କରାଯାଇଥିଲା।

ଦର୍ଶନ ପରେ ସାମ୍ବାଦିକଙ୍କ ସହ କଥାହେବା ବେଳେ ନୀତିନ ନବୀନ କହିଥିଲେ ଯେ, ଶ୍ରୀଜିଉଙ୍କ ଦର୍ଶନ କରି ସେ ଅତ୍ୟନ୍ତ ଆନନ୍ଦିତ ଓ ଧନ୍ୟ ଅନୁଭବ କରୁଛନ୍ତି। ଓଡ଼ିଶାର ଲୋକମାନଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ସେ କୃତଜ୍ଞତା ଜଣାଇଥିଲେ।

Dharitri – Odisha’s No.1 Odia Daily

The post ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।